STORYMIRROR

Abhakanta None

Inspirational

2  

Abhakanta None

Inspirational

ଜୀବନ

ଜୀବନ

1 min
14.8K


 କେ କହେ ଜୀବନ ହସନ୍ତ ବସନ୍ତ କିଏ କହେ ମର୍ମଦାହ

କେ କହେ ଜୀବନ ମଜ୍ଜା ମଜଲିସ୍ କିଏ କହେ ଦୁର୍ବିସହ ।

କେ କହେ ଜୀବନ ଅଢେଇ ଦିନିଆଁ କରିଯାଅ ଉପଭୋଗ

କେ କହେ ଜୀବନ ଅଢେଇ ଦିନିଆଁ କର ଦାନ ପୂଣ୍ୟ ଯାଗ

କେ କହେ ଜୀବନ ପରପାଇଁ ପ୍ରାଣ ମୂର୍ଚ୍ଛିଦେଲେ, ମୂଲ୍ୟାଙ୍କନ

କେ କହେ ଜୀବନ ପାପ ପଙ୍କୁ ତୋଳି କର ପୂଣ୍ୟ ଉପାର୍ଜନ

କେ କହେ ଜୀବନ କର୍ମ ଭୁମି ଏକ କର୍ମି ହେ କର୍ମ କର

କେ କହେ ଜୀବନ ଉପଭୋଗ କର ଆସିବନି ପୂନଃର୍ବାର

କେ କହେ ଏ ଜୀବ ପରମ ୟା'ପରେ ଆଉତ ଜୀବନ ନାହିଁ

କେ କହେ ଜୀବନ ବାରବାର ଆସୁଥିବ ଭିନ୍ନ ରୂପ ନେଇ

କେ କହେ ଜୀବନ ଚକ୍ରବତ୍ କିଏ କହେ ଏ ଜୀବନ ଧାରା

କେ କହେ ଜୀବନ ମୁକ୍ତ ବିହଙ୍ଗମ, କେ କହେ ଜୀବନ କାରା

କେ କହେ ଜୀବନ ପ୍ରଶ୍ନବାଚୀଟିଏ କିଏ କହେ ପୂର୍ଣ୍ଣଚ୍ଛେଦ

କେ କହେ ଜୀବନ ତୁଛା କୁହେଳୀକା କିଏ କହେ ମଧୁଛନ୍ଦ

କେ କହେ ଜୀବନ "ପରମ'' ସଙ୍ଗରେ ମିଶିବାରେ ଉପାଦେୟ

କେ କହେ ଜୀବନ ଭଗବାନଙ୍କର ଏକ ନିଶ୍ଚିତ ପର୍ଯ୍ୟାୟ

ବନ୍ଦୀ କରିନାହିଁ ଜୀବନକୁ କେବେ ସୁଖ ଦୁଃଖ ପରିଭାଷା

ସୁଖ ଦୁଃଖ ଦୁଇ ମନର ଭାବନା ଉଦବେଗ ଚଉତିଷା

ଜୀବନର ଯେଉଁ ଅନବଦ୍ୟତା ଅହେତୁକୀ କୋଳେ ଝୁଲେ

ତେଣୁ ବିବିଧତା ଜୀବନ ଛନ୍ଦରେ ପ୍ରତି ପର୍ଯ୍ୟାୟରେ ମିଳେ

ଜୀବନର ପରିଭାଷାରେ ଜୀବନ ଭିନ୍ନ ମୁଖେ ଭିନ୍ନ ହୁଏ

ଜୀବନ ସଠିକ ମୂଲ୍ୟ ଆଙ୍କିବାକୁ ସଂସାରେ ସାମର୍ଥ କିଏ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational