STORYMIRROR

Pankajini Upadhaya

Inspirational

2  

Pankajini Upadhaya

Inspirational

ଜୀବନ

ଜୀବନ

1 min
12.8K


ଜୀବନ

ମୋର ଜନମମାଟି

ଯେଉଁଠି ଅଛି ମୋର ମାଆ

ଯେଉଁ ମାଟିରେ ଦୌଡିଛି , ନାଚିଛି,

ଖେଳିଛି, ବୁଲିଛି , କଣ୍ଟେଇ କୋଳି ତୋଳିଛି ।

ଅନେକ ସ୍ମୃତି , ଅନେକ ଅନୁଭୂତି

ଅନେକ ସ୍ବପ୍ନ , ଅନେକ ବାସ୍ତବ

ଅନେକ ଖୋଜିବା , ଅନେକ ହରେଇବା

ବହୁ ସାଙ୍ଗମେଳ , କେତେ ଦୋଳିଖେଳ

କେତେ କଳି , କେତେ ତକରାଳ

ସବୁ ଅତୀତର ପୃଷ୍ଠାରୁ ଉଙ୍କିମାରୁଛି ।

ଆଜି ବେଗଗାମୀ ଯାନରେ

ଦୌଡିଲା ବେଳେ

ଯେମିତି ଉଛୁର ହେଉଛି

କେତେବେଳେ ମୋ ଗାଆଁ ପଡିବ

ମୋ ମାଆର ସ୍ମୃତି ଝଲସିବ।

ପିଲା ହୋଇଯିବି

ଅତୀତର ପୃଷ୍ଠାକୁ ଫେରିଯିବି

ଆତ୍ମହରା ହେବି

ମୋ ଗାଆଁ ହସିବ

ମୁଁ ହସିବି

ସମସ୍ତେ ଏକାଥରେ

ହସି ଉଠିବୁ

ଏକ ଅପୂର୍ବ ଶିହରଣ

ଏକ ନବ ଜାଗରଣ

ନବ ଉଦ୍ଦିପନା ନବ ଚେତନା

ଭଲ ପାଇବାର ମଧୁର ମହକ

ରୋମନ୍ଥନ ପିଲାବେଳ

ଶିଶୁସୁଲଭ ଚପଳତା

ପୂର୍ଣ୍ଣତାର ପରିପ୍ରକାଶ

ଜୀବନର ସାର୍ଥକତା

ମାଟିର ବାସ୍ନା

ମାଆର ପଣତ

ବାସ୍ ଅଦମ୍ଯ ଉତ୍ସାହ

ଶେଷହୀନ ପରିତୃପ୍ତି।


Rate this content
Log in

Similar oriya poem from Inspirational