ଜୀବନ
ଜୀବନ
କାହାପାଇଁ କିଛି ଅଟକି ଯାଇନି
ସମୟ ତ ଯାଏ ବାଟେ
ଭାଗ୍ୟକୁ ଆଦରି ନିଜ କର୍ମ କରି
ବଢ଼ିଚାଲ ଅବିରତେ।।
କେବେ ଲୁହ ଢାଳି କେବେ ରଙ୍ଗବୋଳି
ଜୀବନ ଆମର କଟେ
କେବେ ଜିତିଯାଇ ସନ୍ତୋଷ ପାଏନା
ମୁହଁକୁ ଲୁଚାଇ କନ୍ଦେ ।।
ପଡୁଛି ଉଠୁଛି ତଥାପି ଚାଲିଛି
ଜୀବନର ଚଲାପଥେ
କେବେ ସ୍ନେହ ଶ୍ରଦ୍ଧା କେବେ ଲାଗେ ଅଧା
କେବେ ଛାଇ କେବେ ଖରା ।।
ସମୟ ସ୍ରୋତରେ ସବୁ ହଜିଯାଏ
କେବେ ପାଦେ ଘୁଞ୍ଚିଯାଏ
ଜୀବନ ଯାଉଛି ଜୀବନ ଆସୁଛି
ରହିନି ଅଟକି କେବେ।।
