Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pranati Jena

Inspirational Others

4  

Pranati Jena

Inspirational Others

ଜୀବନ ଯେଉଁଠି

ଜୀବନ ଯେଉଁଠି

1 min
346


        

ଜୀବନ ଯେଉଁଠି ଜ୍ୟାମିତିକ ସୂତ୍ର

ସମାଧାନ ସମ୍ପର୍କ ରେ,

ମୃତ୍ୟୁ ତ ସେଇଠି ଶାଶ୍ୱତ ପବିତ୍ର

ନୀରବିତ ପଥ ଧାରେ ।


ଜୀବନ ଯେଉଁଠି ବନ୍ଧାଥିବା ମନ

ସର୍ତ୍ତ ଆଉ ସମୟ ରେ,

ମୃତ୍ୟୁ ତ ସେଇଠି ମୁକ୍ତ ଅମଳିନ

ଅନୁଭୂତି ମହାର୍ଘ୍ୟରେ ।


ଜୀବନ ଯେଉଁଠି ମାଟିରୁ ଆରମ୍ଭ

ଆବାହନୀ ମଧୁ ଲଗ୍ନେ,

ମୃତ୍ୟୁ ତ ସେଇଠି ବିସର୍ଜନ କୁମ୍ଭ

ଜନ୍ମାନ୍ତର ଭାବମଗ୍ନେ ।


ଜୀବନ ଯେଉଁଠି ଅନୁରାଗ ବାର୍ତ୍ତା

ଚେତନା ଭରା ପ୍ରାଙ୍ଗଣେ,

ମୃତ୍ୟୁ ତ ସେଇଠି ସଞ୍ଜିବନୀ ସୁଧା

ଅସ୍ତ ଗୋଧୂଳି ଲଗନେ ।


ଜୀବନ ଯେଉଁଠି ସ୍ନେହର ବନ୍ଧନ

ଆକର୍ଷଣେ ସମ୍ଭାଷଣେ,

ମୃତ୍ୟୁ ତ ସେଇଠି କଷଣର କାରା

ଦୁଃଖ ଯାହା ଅନୁକ୍ଷଣେ ।


ଜୀବନ ଯେଉଁଠି ସଂସାରର ମାୟା

ମୋହ ଭରା ନଦୀ ତୀରେ,

ମୃତ୍ୟୁ ତ ସେଇଠି ମୁକ୍ତି ତୀର୍ଥ ପରା

ନାମ ସର୍ବ ମନ୍ତ୍ର ପରେ ।


Rate this content
Log in