STORYMIRROR

Sandhya Rani Panigrahy

Abstract

2  

Sandhya Rani Panigrahy

Abstract

ଜୀବନ ଯେ ମରୀଚିକା

ଜୀବନ ଯେ ମରୀଚିକା

1 min
95

ଜୀବନ ଧାଏଁ କେବେ ଆଗରେ

ମୁଁ ଥାଏ କେତେକ ପଛରେ

କେବେ କେବେ ମୋ ସାଥିରେ

କେବେ ମୋର ଚଲାପଥରେ

ଅତି ଆଦରର ସିଏ

ଧୋକା ଥରେ ଥରେ ଦେଇଯାଏ

ହସୁଥାଏ ସତ ସତରେ

କନ୍ଦାକଟା କରେ ମୋ ଓଠରେ

କେବେ କେବେ ମନକୁ ବୁଝାଏ

କେବେ କେବେ ମନ ମାରି ରହିଯାଏ

କେବେ ମୁଁ ଚାଲେ ଆଗରେ

ଧାଉଁଥାଏ ସେ ଗୋଡାଇ ପରେ

ଧରିବାକୁ ଖୁବ୍ ଇଚ୍ଛା ତାକୁ ରହିଯାଏ

ଅଧା ଅଧୁରା ମନ ଭିତରେ ଗୋଟିଏ

ଧରିହୁଏନା ସତରେ ହାତରୁ ଖସିଯାଏ

କେତେଥର ପ୍ରଚେଷ୍ଟା ମୋ ଫସର ଫାଟିଯାଏ

ଏ ଲୁଚକାଳିରେ ଜିତିଯିବା ସହଜ ନୁହେଁ

ସତରେ ତୋ ମାୟାଜାଲରୁ ମୁକ୍ତି କାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract