ଜୀବନ ଯେ ମରୀଚିକା
ଜୀବନ ଯେ ମରୀଚିକା
ଜୀବନ ଧାଏଁ କେବେ ଆଗରେ
ମୁଁ ଥାଏ କେତେକ ପଛରେ
କେବେ କେବେ ମୋ ସାଥିରେ
କେବେ ମୋର ଚଲାପଥରେ
ଅତି ଆଦରର ସିଏ
ଧୋକା ଥରେ ଥରେ ଦେଇଯାଏ
ହସୁଥାଏ ସତ ସତରେ
କନ୍ଦାକଟା କରେ ମୋ ଓଠରେ
କେବେ କେବେ ମନକୁ ବୁଝାଏ
କେବେ କେବେ ମନ ମାରି ରହିଯାଏ
କେବେ ମୁଁ ଚାଲେ ଆଗରେ
ଧାଉଁଥାଏ ସେ ଗୋଡାଇ ପରେ
ଧରିବାକୁ ଖୁବ୍ ଇଚ୍ଛା ତାକୁ ରହିଯାଏ
ଅଧା ଅଧୁରା ମନ ଭିତରେ ଗୋଟିଏ
ଧରିହୁଏନା ସତରେ ହାତରୁ ଖସିଯାଏ
କେତେଥର ପ୍ରଚେଷ୍ଟା ମୋ ଫସର ଫାଟିଯାଏ
ଏ ଲୁଚକାଳିରେ ଜିତିଯିବା ସହଜ ନୁହେଁ
ସତରେ ତୋ ମାୟାଜାଲରୁ ମୁକ୍ତି କାହିଁ
