STORYMIRROR

Sujat Kumar Sahoo

Abstract

2  

Sujat Kumar Sahoo

Abstract

ଜୀବନ ଯାତ୍ରା

ଜୀବନ ଯାତ୍ରା

1 min
13.1K


ଜୀବନ ଯାତ୍ରାରେ... ଆମେ,

ଅଭିନେତା ଓ ଅଭିନେତ୍ରୀ,

ଏଇଠି ପ୍ରଶ୍ନ,ଉତ୍ତର ଏଇଠି...।

ପ୍ରଶ୍ନ ସାଧାରଣ,ଉତ୍ତର ଅସାଧାରଣ 

କେମିତି ଅଛ ?କିପରି ଅଛ ? 

ଭଲରେ ଅଛି..ମଜାରେ ଅଛି,

କି ଅଦ୍ଭୁତ ଏ ସଂଭାଷଣ... !

ଜୀବନ ଯାତ୍ରାରେ ଏଠି.

ମଣିଷ ମଣିଷରେ ଜଳେ,

ଭାବନା ଭାବନାରେ ଜଳେ !!

ଜଳିବା ପାଇଁ ଏଠି.... 

ସାଧାରଣ ସାଧାରଣ ଲାଗେ ।

ଖୋଜା ପଡ଼େ ଏଠି.... 

ଜୀବନ ଯାତ୍ରାରେ ସବୁଠି.. 

ସୁଖ ଅଛି କେଉଁଠି ?

ମୃତ୍ୟୁ ପରେନା ଜୀଇଁବାରେ ?

ନ ଖୋଜନ୍ତି କେହି....

ଦୁଃଖ ଅଛି କେଉଁଠାରେ ?

ନିଜ ଠାରେ ନା ଅନ୍ୟ ଠାରେ

ସୁଖ ପାଇଁ ଏଠି..... 

ସବୁ ବଦଳା ଯାଏ

ନିଜ ବ୍ୟତିତରେ.....!!!

ଜୀବନ ଯାତ୍ରାରେ ଏଠି

ଅଦ୍ଭୁତ ଲାଗେ ସବୁଠି !!!

ଜୀବିତ ଚାଲେ ଏଠି ନିଯଇଛରେ,

ଶବ ଚାଲେ ଅନ୍ୟର ସାହାରାରେ,

ଜୀବିତ ବୁଡିଯାଏ ଏଠି

ଜଳର ଅତଳ ଗର୍ଭରେ,

ଶବ ଭାସି ଭାସି ଦେଖୁଥାଏ

ଛାଡ଼ି ଆସିଥିବା ଜୀବନକୁ ଆଉଥରେ

ଜୀବନ ଯାତ୍ରାରେ ଏଠି

ସକାଳ ହୁଏ, ମଧ୍ୟାନ ଆସେ

ସନ୍ଧ୍ୟା ଦେଇ ରାତ୍ରି ଚାଲିଯାଏ ।

ଠିକ ସେମିତି

ଜୀବନ ଆସେ, ଯୌବନ ହୁଏ,

ଜରା ଦେଇ ମୃତ୍ୟୁ ଚାଲିଆସେ ।

ଜବନିକା ଯାତ୍ରାର, ଅବଶୋଷ ସବୁଠି

ବିତାଏ କିଏ..କାନ୍ଦି କାନ୍ଦି

କିଏବା ହସି ହସି....

କିଏ ପୁଣି କାନ୍ଦି କାନ୍ଦି--ସୁଖ ଦିଏ ଅନ୍ୟକୁ.....

ଭୁଲିଯାଇ ତା ନିଜର ଦୁଃଖକୁ... !!!

--ସୁଜାତ--


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract