STORYMIRROR

Gangotri Priyadarshini

Abstract Fantasy Inspirational

3  

Gangotri Priyadarshini

Abstract Fantasy Inspirational

ଜୀବନ ଯାତ୍ରା ଏ

ଜୀବନ ଯାତ୍ରା ଏ

1 min
153

ଚାଲିବାକୁ ହେବ ଦୂରକୁ ଆହୁରି ଦୂରକୁ,

ଲକ୍ଷ୍ୟ ଭେଦି ପାଇବାକୁ ଦୁର୍ଲଭ ସାର୍ଥକତା

ହେଲେ ହେଇଯାଉ ପାଦ ଲହୁ ଲୁହାଣ

ମୁଣ୍ଡ ଉପରେ ଉଦୁଉଦିଆ ଖରାର ପ୍ରକୋପ

ଶୁଖି ଯାଉ ପଛେ ତଣ୍ଟି ଶୂନ୍ୟ ଦିଶୁ ପଛେ ଅଣ୍ଟି

ପହଞ୍ଚିବାକୁ ହେବ ସ୍ୱପ୍ନର ଅନ୍ତିମ ଫଳ ପ୍ରାପ୍ତି ଆଶାରେ ।


କେବେ ଲାଗେ ସତ କେବେ ମରୀଚିକା

ଜୀବନ ଜିଇଁବାର ନାଆଁ ଯେମିତି ବି ହେଉ,

ତୋଳି ନେବାକୁ ହେବ କୋମଳ ଫୁଲ ତକ

ଉନ୍ମାଦନାର ପ୍ରଶ୍ନବାଚୀ ,ଆବୋରି ନେବାର ପ୍ରୟାସ

କ୍ଷତାକ୍ତ ପାଦ ଦୁଇ ବଖାଣିବ କଣ୍ଟକିତ ପଥର କାହାଣୀ।


ନିରବଚ୍ଛିନ୍ନ ,ଭୁଲି ସଂଘର୍ଷର ସୂତ୍ରପାତ 

ବଢ଼ିବାକୁ ହେବ ଆଗକୁ ଆହୁରି ଆଗକୁ

ଗଢ଼ିବାକୁ ହେବ ଭିନ୍ନ ଏକ ସୂର୍ଯ୍ୟ ଚନ୍ଦ୍ର ରହିତ ପୃଥିବୀ

ନିର୍ବାକ ,ନିଶ୍ଚଳ ନହେଉ ପ୍ରାର୍ଥନାର ପ୍ରତିଫଳନ

ଶାନ୍ତ ହେଉ ଶିରା ପ୍ରଶିରାରେ ପ୍ରବାହିତ ରକ୍ତ କଣିକା

ନିଶ୍ଚେ ଫେରିବାକୁ ହେବ , ପ୍ରତୀକ୍ଷାରତ ଚକ୍ଷୁ ପାଖକୁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract