Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Samar Ballav Bhoi

Inspirational

4.0  

Samar Ballav Bhoi

Inspirational

ଜୀବନ ଯାତ୍ରା (ଭ୍ରମଣ)

ଜୀବନ ଯାତ୍ରା (ଭ୍ରମଣ)

1 min
343


ଜୀବନ ରାସ୍ତା ତ 

ଅଟେ କଷ୍ଟକର 

ସକାଳରୁ ସନ୍ଧ୍ୟା ଯାଏଁ

ଭାବନା ପୃଷ୍ଠାଟି ଲେଉଟାଏ

ଯେବେ ଦେଖେ ସେ ନୟନେ 

ଜୀବନ ଯାତ୍ରାକୁ 

ପରଖି ନିରେଖି 

ଭ୍ରମଣର ଦିଗ ହୁଏ ନିଷ୍ପତ୍ତି

ପାଦେ ପାଦେ ଯେବେ ଯାଏ

ପାଦଚଲା ଗୁଡ଼ି କଙ୍କଣ 

ପ୍ରଥମେ ଅବରୋଧ କରେ  

ଜୀବନ ଯାତ୍ରାର ପହିଲି ପାଦେ

ଆଃ ବୋଲି କହି ନଇଁ ପଡେ 

ସାରା ଦେହ ।।


ଶୁଭ ଲଗନେ ଅଶୁଭ ସଙ୍କେତ 

ଯାତ୍ରା ପାଇଁ ହୁଏ କାଳ

ଭ୍ରମଣର କଷ୍ଟ ଅଟେ ଆନନ୍ଦ

କେବେ କେବେ ପୁଣି ଲାଗେ କଷ୍ଟ

ମହାପ୍ରୟାଣର ନମୁନା ସଦୃଶ

ଉପସ୍ଥିତ ହୁଏ କାହା ବେଳକାଳ

ଯାତ ରୁ ଯାତନା ହୁଏ ପ୍ରକଟିତ

ସମୟକୁ ନେଇ ସାଥେ

ବିପଦ ଆପଦ ସବୁ ଏକାକାର

ଜୀବନ ଯାତ୍ରାରେ ମାତେ

 

ଜୀବନ ଯାତ୍ରା ନୁହେଁ 

ଲମ୍ବା ରାସ୍ତା କେବେ କେବେ

ଭାଙ୍ଗି ପଡେ ସେହି

ସମୟର ସ୍ରୋତ ଟାଣି ନିଏ ସେତ

ଜଣା ପଡ଼େ ନାହିଁ କେବେ

ଯାତ୍ରା ଦରବାର ମଣିଷ କଳାକାର

ନିଶ୍ଚଳ ନିରବ ମୁଖ ମଣ୍ଡଳର

ଅଭିନୟ କରି ଫେରେ 

ପରଦା ପଛକୁ 

ଅପେକ୍ଷା ସେହି ସକାଳକୁ।।



Rate this content
Log in

Similar oriya poem from Inspirational