Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manorama Mohanty

Tragedy

4  

Manorama Mohanty

Tragedy

ଜୀବନ ସଉଦା

ଜୀବନ ସଉଦା

1 min
497


ଜୀବନ ଯନ୍ତ୍ରଣା କରେ ଅସ୍ତବ୍ୟସ୍ତ 

ଛାତି ରେ ଅସହ୍ୟ ବ୍ୟଥା

ବୃଦ୍ଧାବସ୍ଥା ଆସି ପାଶେ ଉପଗତ 

ସେଥିପାଇଁ ବଡ଼ ଚିନ୍ତା ।


ସଂସାର ବୋଝକୁ ମୁଣ୍ଡରେ ମୁଣ୍ଡେଇ 

ଆଉ କି ପାରିବି ଚାଲି

ସେପାରି ରୁ ମୃତ୍ୟୁ ଇଶାରା ଦେଲାଣି 

ନାହିଁ ଆଉ ବେଶୀ ଡେରି |


ଭାବିଥିଲି ମନେ କରିବାକୁ ଯାହା

ସବୁ ରହିଗଲା ଅଧା 

ଆସିଥିଲି ଏକା ଏବେ ଯିବି ଏକା

ସାରି ସଂସାର ସଉଦା |


ଅସୁମାରୀ ଦୁଃଖ ହୃଦୟ ଭିତରେ

ଜମାଟ ବାନ୍ଧିଛି ଆଜି

ଯିବାବେଳ ହେଲା ଯିବାକୁ ପଡ଼ିବ

ଥକିଯାଏ ସୁଖ ଖୋଜି।


ଆଳସ୍ୟ ପଣ ରେ ଅବୁଝା ହୋଇ ମୁଁ 

ଲୋଭ ରେ ହୋଇଲି ବଶ

ପ୍ରଭୁ ଜଗନ୍ନାଥ ତୁମପାଦ ତଳେ 

ଜୀବନ ମୋ ହେଉ ଶେଷ |


ଏବେ ଆଉ ଭୁଲ ହେବନାହିଁ ମୋର

ଛାଡ଼ିବି ସଂସାର ମୋହ

ପ୍ରଭୁଙ୍କ ନାମ କୁ ଜପାମାଳୀ କରି

ସତ୍ୟ ରେ ରଖିବି ଲୟ |



Rate this content
Log in