STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଜୀବନ ସଂଜ୍ଞା

ଜୀବନ ସଂଜ୍ଞା

1 min
1.1K

ଖୋଜିଲିଣି ଅନେକ ଅଭିଧାନ 

ଭାବିଲିଣି ଫର୍ଦ ଭିର୍ଣ୍ଣ ଭିର୍ଣ୍ଣ 

ପାଉନି ଜୀବନର ସଂଜ୍ଞା ସୀମାହୀନ 

ତଥାପି ଜୀବନର ସଂଜ୍ଞା ଶବ୍ଦହୀନ 

ବେଳେ ବେଳେ କାରୁକାର୍ଯ୍ୟ ପୂର୍ଣ୍ଣ 

ବେଳେ ବେଳେ ଓଁ ସମ୍ବେଦନ 

ପୁଣି କେବେ ସାର୍ଥକ ସ୍ଲୋଗାନ 

ଝଙ୍କୃତ ବୀଣା ର ସାତସ୍ୱର 

ରଂଗ ଆଉ ମାଧୁରୀ ମଲ୍ହାର 

ଜୀବନ ଜଳାଶୟ ରେ କେବେ କଇଁ ଫୁଲ 

ଜୀବନ ର ସଂଜ୍ଞା ଖୋଜି 

ଯାଇଛି ଭିଜି ହଜି ମଜ୍ଜି 

ପାଇଛି ପ୍ରତିଶୋଧ ଅପମାନ ଲାଂଛନା 

ପୁଣି ଭଲଲାଗିଛି ଜହ୍ନର ଜୋଛନା 

ଜୀବନ ଏକ ତୃଷା 

ଜୀବନ ମରୁବାଲି ରେ ହୁଏ ଅଳ୍ପ ବର୍ଷା 

କିଏ କହେ ଲୁହ କିଏ କହେ ଲହୁ 

ଜୀ ଜାଣିଲେ ଜୀବନରେ ଖାଲି ମହୁ 

ଜୀବନ କେବେ ମୃଗତୃଷ୍ନା 

କେବେ ଖଟା ମିଠା ଭରା ବାସ୍ନା 

ଜୀବନ ନଈ ର ନାମ ବି କାମନା 

ଜୀବନର ସଂଜ୍ଞା ସାର୍ଥକ 

ପରମାର୍ଥଙ୍କୁ ଟେକି ବିବେକ 

ମନର ମୂଳେ ଏ ଜଗତ 

କର୍ମ ରେ ଜୀବନ ବିଖ୍ୟାତ 

ଜୀବନର ମାଧୁରିମା ସାରେଗାମା 

ଡର ଭୟ ନୁହେଁ ଜମା 

ଜୀବନ ବି ନୁହେଁ ଗୋଲାପର ଶେଜ 

ଆଜି ପାଇଁ ବଞ୍ଚି କାଲି ପାଇଁ ହେଜ 

ପୂର୍ବସୁରୀ ପଦ ଚି଼ହ୍ନ ଖୋଜ 

ପର ପିଢ଼ି ପାଇଁ ଟିକେ ହଜି ଭିଜ 

ଜୀବନ ଟା ଦୁଇ ନିଆଁ 

ପଚାରନା ଜନ୍ମ ହେଲ କିଆଁ 

ଜୀବନ ଟା ନୁହେଁ ନିଆଁ ଧୂଆଁ 

ଜୀବନ ଗରଳ ପି 

ଦୁଇଘଡ଼ି ବଂଚିଯାଇ 

ଶାସିତ ଓ ଶାସକ ହୋଇ 

ଚତୁର୍ପାର୍ଶ୍ୱ କୁ ଚିନ୍ହି 

କର୍ମ କରି ସତେ ବହ୍ନି 

ପରମାତ୍ମାଙ୍କ ସାନିଧ୍ୟ ଜୀବନ ଧନ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract