Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Children

3  

Bharatabandhu Biswal

Inspirational Children

ଜୀବନ ସଂଗ୍ରାମ

ଜୀବନ ସଂଗ୍ରାମ

1 min
198



ଜୀବନ ସଂଗ୍ରାମ ବଡ଼ ଦୁର୍ବିସହ

  ମଣିଷ କ୍ଷତାକ୍ତ ପରାହତ 

ନାହିଁ ସାହାରାହା ସଖା ସହୋଦର

  ଅସରନ୍ତି ହୁଏ ତାର ଦୁଃଖ । 


ପ୍ରିୟ ପରିଜନ ମଇତ୍ର ସମ୍ବନ୍ଧ

 ସଭିଏଁ ଅଟନ୍ତି ସ୍ୱ।ର୍ଥପର

ସୁଖକୁ ସମସ୍ତେ ଦୁଃଖ ବେଳେ କିଏ

 ନ ହୁଅନ୍ତି ଜମା ଆପଣାର ।


କଣ୍ଟକିତ ମଧ୍ୟ ଏ ସଂସାର ପଥ

  ଆକାଶ କୁସୁମ କଳ୍ମୁଷଗ୍ରସ୍ତ

ମୃଗତୃଷ୍ଣା ପ୍ରାୟ ନିରାଶା ବାଲିରେ

  ଆଶା କିରଣ ହିଁ ଶ୍ରୀ ଜଗନ୍ନାଥ ।


ଯେତେ ଦିନ ଥିବ ଏ ପିଣ୍ଡେ ପରାଣ

 ତୁମରି ଚିନ୍ତନେ ଥାଉ ମୋ ମତି

ଅନନ୍ତ ବ୍ରହ୍ମାଣ୍ଡେ ନୁହେଁ ଏକା ବୋଲି

 ଅନୁଭବେ ନିତ୍ୟ ତୁମରି ସ୍ଥିତି ।


ତୁମରି ଇଚ୍ଛାରେ ଉଏଁ ସୂର୍ଯ୍ୟ ଚନ୍ଦ୍ର

 ଏ ସଂସାର ହୁଏ ଆତଯାତ

ଶରୀରରେ ପ୍ରାଣ ବୃକ୍ଷେ ସବୁଜିମା

 ପୁଷ୍ପ ସୁଗନ୍ଧରେ ପ୍ରସ୍ଫୁଟିତ ।


ତୁମେ ଶକତିର ଅବିନାଶୀ ସ୍ରୋତ

 ଜ୍ଞାନ ପ୍ରକାଶ ଭଣ୍ଡାର

ତୁମରି ସ୍ମରଣେ ଅପାର ଆନନ୍ଦ

 ଶରୀର ଆତ୍ମା ଉଦ୍ଧାର ।


ଦୁରାରୋଗ୍ୟ ବ୍ୟାଧି ମାନସିକ ପୀଡା

 ଆବେଗ ଚିନ୍ତା ଉଦବେଗ

ଶୁଭ ନାମ ତୁମ ପଥି ମହୈ।ଷଧି

( ପ୍ରଭୁ) ତୁମେ ହିଁ ଶେଷ ଉପାୟ ।


ଦିଅ ବଳବୁଦ୍ଧି ହେ ପରମ ପିତା

 ଅକ୍ଷୟ ବିଶ୍ୱାସ ମନ୍ତ୍ର

ବିତରି ଅମୃତ ଦୟା ସ୍ନେହ ପ୍ରେମ

 ମଧୁ ଜୀବନର ପାତ୍ର ।

     .............



Rate this content
Log in

Similar oriya poem from Inspirational