STORYMIRROR

Prafulla Chandra Mishra

Inspirational

3.5  

Prafulla Chandra Mishra

Inspirational

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
211


ଏ ମର୍ତ୍ତ୍ୟ ମଣ୍ଡଳେ କାହିଁ କିପାଇଁ

ଆସିଛୁରେ ମନ କି ନେବା ପାଇଁ

ଆସିଥିଲୁ ଧନ ଉଲଗ୍ନ ହୋଇ

ଫେରିଯିବୁ ସାଥେ ନଯିବେ କେହି

ଏ ମର୍ତ୍ତ୍ୟ ମଣ୍ଡଳେ କାହିଁ କିପାଇଁ ।।


ବିଷୟା ବିଷର ସିନ୍ଧୁ ସଲୀଳେ

ସଙ୍କଟ ପୁରିତ ଲହରୀ ଖେଳେ

ନପାଇବୁ ଥଳ କୂଳ ତରାଇ

ପାରିହେବୁ କେହ୍ନେ ସଂସାର ନଈ

ଏ ମର୍ତ୍ତ୍ୟ ମଣ୍ଡଳେ କାହିଁ କିପାଇଁ ।।


ଏଠାରେ ତ କେହି ନୁହେଁ କାହାର

ପର ପାଇଁ କିଆଁ ରୋଦନ ତୋର

ମଲାଗଲା ମର ସଂସାରେ ଭାଇ

ନିଜର ବୋଲି ତୋ କେହିତ ନାହିଁ

ଏ ମର୍ତ୍ତ୍ୟ ମଣ୍ଡଳେ କାହିଁ କିପାଇଁ ।।


ନୀଳ ମେଘେ ଯେହ୍ନେ ବିଜୁଳି ମାରେ

ବର୍ଷାଦିନେ ଯେହ୍ନେ ବୁଦବୁଦ୍ ଖେଳେ

ଜୀବନ ତେମନ୍ତ କ୍ଷଣିକ ପାଇଁ

ଭାବିଲୁ ଅମର ହେବୁ କି ତୁହି

ଏ ମର୍ତ୍ତ୍ୟ ମଣ୍ଡଳେ କାହିଁ କିପାଇଁ ।।


ଶୂନ୍ୟ ପୁରୁଷ ଅରୂପ ଗୋବିନ୍ଦ

ମନ ନିବେଶ ତା ପଦାରବିନ୍ଦ

ବିଷୟା ବନ୍ଧନ ଦେବେ ଫିଟାଇ

ଶେଷରେ ବସିବୁ ବୈକୁଣ୍ଠେ ଯାଇ

ଏ ମର୍ତ୍ତ୍ୟ ମଣ୍ଡଳେ କାହିଁ କିପାଇଁ ।।



Rate this content
Log in

Similar oriya poem from Inspirational