STORYMIRROR

CHINMAYEE PRADHAN

Comedy

3  

CHINMAYEE PRADHAN

Comedy

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
134


ଜୀବନ କରିଛ ସବୁ ମତେ ପୂର୍ଣ୍ଣ 

କିଛି ଦେଇନକି କରିବି ମୁଁ ମାନ। 


ଦେଇଛ ଦୁର୍ଲଭ ଜନମ ମଣିଷ 

ତୁମ ଯୋଗୁଁ ପରା ଚାଲେ ମୋ ନିଶ୍ବାସ। 


ପିତାମାତା କୋଳେ ଜନମ ଲଭିଲି

ଭାଇ ଭଉଣୀଙ୍କ ସ୍ନେହ ମୁଁ ପାଇଲି। 


ବନ୍ଧୁ ପରିଜନ ସାଙ୍ଗସାଥି ମେଳେ 

ସୁଖ ଲଭୁଥାଇ ମୁଁ ସଞ୍ଜସକାଳେ। 


ସଜଳ କଜଳ ପ୍ରିୟାର ବଦନ 

ଦେଖି ପ୍ରୀତି ଭରେ ଆନନ୍ଦିତ ମନ। 


ସନ୍ତାନ ସନ୍ତତି ଓଠଧାରେ ହସ

ଦେଖି ନିତ୍ୟ ମନ ହୁଅଇ ହରଷ। 


ଇତର ଗଞ୍ଜଣା ଦେବକି ଯନ୍ତ୍ରଣା 

ତୁମେ ପରା ପ୍ରଭୁ ମୋ ସୁଖର ମୁଣା। 


ଅମାପ ଧରିଜ ଦେଇଛ ତ ଭରି

ଦୁଃଖ ଦଡମଡି ଯିବି ଦୂର କରି। 


କ୍ରୋଧ ଲୋଭ ମୋହ ମାୟାର ବନ୍ଧନ 

ଦେଇ ଦିବ୍ୟଜ୍ଞାନ କରିଛ ଖଣ୍ଡନ। 


ଲୋଡ଼ା ନାହିଁ ଯଶ ମାନ ସନମାନ 

ତୁମକୁ ପାଇଛି ଯେଣୁ ଭଗବାନ। 


କାମନା ବାସନା ନାହିଁ କିଛି ମନେ 

ହେବି ଦିନେ ଲୀନ ସେହି ମହାଶୂନ୍ୟେ। 


ଜୀବ ତରୁଡାଳେ ମୁଁ ଶୁଷ୍କ ପତର

ଝଡ଼ି ହେବି ଧନ୍ୟ ସେ ପଦ୍ମ ପୟର। 


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy