STORYMIRROR

Trushna Das

Abstract Inspirational

2  

Trushna Das

Abstract Inspirational

ଜୀବନ ଶିକ୍ଷା

ଜୀବନ ଶିକ୍ଷା

1 min
269

ଜୀବନ ଶିକ୍ଷାକୁ ଗୁରୁ କହାଯାଇପରେ

ମାଆ ସର୍ବ ପ୍ରଥମ ଗୁରୁ ହେଲେ 

ଜୀବନ ଶିକ୍ଷା ସର୍ବ ଶେଷ ଗୁରୁ ହୋଇଥାଏ। 


ଗୁରୁଙ୍କଠାରୁ ଆମକୁ ମିଳିଥାଏ ନାନା ନୀତିଶିକ୍ଷା 

ହେଲେ ସର୍ବ ଶେଷ ନୀତିଶିକ୍ଷା ଦେଇଥାଏ ଜୀବନ ଶିକ୍ଷା। 


ଗୁରୁ ବ୍ରହ୍ମା ସୃଷ୍ଟିକର୍ତ୍ତା 

ଜୀବନ ଶିକ୍ଷା ଦେଇଥାଏ ନୂତନ ଜୀବନର ସୃଷ୍ଟିର ମାଧ୍ୟମ ବାର୍ତ୍ତା । 


ଗୁରୁ ବିଷ୍ଣୁ ପାଳନକର୍ତ୍ତା

ଜୀବନ ଶିଖାଇ ଥାଏ ନାନା ନୀତିନିୟମ 

ପାଳନ କଲେ ତାହା ହୋଇଥାଏ ହସଖୁସିରେ ରହିବାର ମାଧ୍ୟମ। 


ଗୁରୁଦେବ ମହେଶ୍ୱର ରକ୍ଷାକର୍ତ୍ତା, ସଂହାରକର୍ତ୍ତା

ଜୀବନ ଶିକ୍ଷା ଦେଖାଇଥାଏ ସୁରକ୍ଷିତ ରହିବାର ଉପାୟ 

ଦରକାର ପଡିଲେ ପାପର କରି ସଂହାର 

ବନାଇ ଥାଏ ହସ ଖୁସିର ସଂସାର। 


ଜୀବନ ଶିକ୍ଷା ଦେଇଥାଏ ଏମିତି ଜ୍ଞାନର ଆଲୋକ 

ଯାହାକୁ ନା କେବେ ଭୁଲି ହୁଏ 

ନା କେବେ କେହି ପାରିବେ ଶିଖାଇ

ଏ ଯେ ଏମିତି ଶିକ୍ଷା 

ଦେଖାଇ ଥାଏ ବଞ୍ଚିବାର ନୂତନ ଦିଶା।

 

ଠିକ ସମୟରେ ଜୀବନ ଶିକ୍ଷା ବୁଝି ପାରିଲେ 

ଜୀବନରେ ସୁଖର ଲହରୀ ପ୍ରବାହିତ ହୁଏ 

ନ ବୁଝି ପାରିଲେ ଜୀବନ ନର୍କ ପରି ଲାଗେ

ସେଥିପାଇଁ ଏହା କହିଲେ ଅତ୍ୟୁକ୍ତି ହେବନାହିଁ ଯେ 

ଜୀବନ ଶିକ୍ଷା ଶ୍ରେଷ୍ଠ ଗୁରୁମାନଙ୍କ ମଧ୍ୟରୁ ଗୋଟିଏ ଯେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract