STORYMIRROR

MISHRA HRUSIKESH

Romance Others

3  

MISHRA HRUSIKESH

Romance Others

ଜୀବନ ସାଥି

ଜୀବନ ସାଥି

1 min
254

ଯଦି ହୁଏ ମୁହିଁ ବାରିଧାରାଟିଏ

ରୁକ୍ଷ ମରୁଭୂମି ପରେ

ମନେ ରଖ ତୁମେ ତୁମେ ଯେ ସାଗର

ମିଶିବି ମୁଁ ତୁମ ଠାରେ।

ତୁମେ ହେବ ଯେବେ ମୋର ପ୍ରତିଛବି

ଏ ଧରା ଧାମରେ ଥାଇ

ଚକୋର ସାଜି ମୁଁ ରହିଥିବି ତୁମ 

ଫେରିବା ବାଟକୁ ଚାହିଁ।

ଜୀବନଟା ଯଦି ହୁଏ କଣ୍ଟକିତ

ତୁମରି ପାଦୁକା ହେବି

ସବୁ ଦୁଃଖ ମତେ ମିଳୁ ବୋଲି ନିତି

ଦେବତାଙ୍କୁ ପୁଜୁଥିବି।

ମୋ ପ୍ରେମେ ଗୋ ସଖି ହାରିଅଛ ତୁମେ

ଯଦି ବା ତୁମରି ମନ

କଥା ଦେଲି ସଖି ଶେଷ ନିଦ୍ରା ଯାଏଁ

ରଖିବି ତାହାର ମାନ।

ସକଳ ଚିନ୍ତା କୁ ହର ତୁମେ ସଖି

ନିଃସନ୍ଦେହ ହୋଇ ଥାଅ,

ହାତ ଧରି ତୁମ ଧୋକା ମୁଁ ଦେବିନି

ବିଶ୍ୱାସ ଘାତକ ନୁହଁ  ମୁଁ 

ବିଶ୍ୱାସ ଘାତକ ନୁହଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance