STORYMIRROR

Sunanda Mohanty

Abstract Inspirational Thriller

3  

Sunanda Mohanty

Abstract Inspirational Thriller

ଜୀବନ ର ଜଳଚ୍ଛବି

ଜୀବନ ର ଜଳଚ୍ଛବି

1 min
131

ଜୀବନ ଏକ ପାନ୍ଥଶାଳା ନଥାଏ ନାଆଁ ଗାଁ

ଜୀବନ ଏକ ମରୁଦ୍ୟାନ କାକଟସ ହାତ ଠାରି କହେ ଆ

ଜୀବନ ଏକ ମାଟି ସିଲଟ

କିଏ ଲେଖେ ଅଜା ଆଈ ମାମୁଁ ମାଇଁ ,ଅ ଆକାରେ ଆ

ଜୀବନ ଏକ ମାଟି କାନ୍ଥ

ଦୁଃଖ ସୁଖ ର ବହେ ଝାଂଜି ବାଆ

ଜୀବନ ଗୋଟେ ନାଟକ ଏଠି

କିଏ ଅଭିନେତ୍ରୀ ,ଅଭିନେତା ,କିଏ ପକାଏ କା

ଜୀବନ ଏକ କ୍ରିକେଟ ଖେଳ

ଚକା ଚଉକା ଛକା ମାରି ଯା

ଜୀବନ ଏକ ଏମିତି ଫୁଲ

ଗଳାରେ କାର ହୋଇକି ହାର କହେ ବଞ୍ଚିଯା

ଜୀବନ ଏକ ମାଟି କଣ୍ଢେଇ

ରଙ୍ଗ ଲଗେଇ ,ଶୀତ ,ବରଷା ,ଖରା କାକରେ ଥା

ଜୀବନ ଏକ ମନୁଆ ଜହ୍ନ

ଛାଇ ର ନଥାଏ ଚିହ୍ନବର୍ଣ୍ଣ ,ଅବୁଝା ପିଲାକୁ ବୁଝାଏ ମା

ଜୀବନ ଏକ ଉଲକା ତାରା

ଦୁଃଖ ଦରିଆରେ ସୁଖ ଲହଡି ଖୋଜୁଥା

ଜୀବନ ଏକ କାଗଜ ଡ଼ଙ୍ଗା

ସୁଅରେ ଭାସିଯା ,ପଦ୍ମ ପତରେ ବୁନ୍ଦା ଟିଏ ଢଳଢଳ ହେଉଥା

ଜୀବନ ଏଠି ଏମିତି ନଈ

ବହୁଥାଏ ସେ ଯନ୍ତ୍ରଣା ଜୁଇ ,ମଣିଷପଣିଆ ରଖିଥା

ଜୀବନ ଏକ ବିଶ୍ୱାସ ନଈ ,ନିଶ୍ୱାସ ପ୍ରଶ୍ୱାସ ନେଇ

ଆଗକୁ ବଢ଼ିଯା ,ଲୋକ ବୋଲିବେ କଣ ନଭାବି କର୍ମ କରିଯା l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract