ଜୀବନ ପଥେ
ଜୀବନ ପଥେ
ଜୀବନର ନଈ ଯାଏ ଧାଇଁ ଧାଇଁ
କେବେ ହୁଏନାହିଁ ସ୍ଥିର
ଦୁଃଖର ପାହାଡ ଧକାଦିଏ କେବେ
କେବେ ମିଶେ ପ୍ରୀତିଝର I
ନିଦାଘ ଶିଝାଏ ଦେହ ମନ ପ୍ରାଣ
ବରଷା ଭିଜାଏ ବାଟ
ରଙ୍ଗୀନ ଦିଶଇ ଚତୁର୍ଦ୍ଦିଗ ସଖୀ
ବସନ୍ତେ ପ୍ରୀତିର ହାଟ I
ଜରା ରୋଗ ଶୋକେ ହଜିଯାଏ କେବେ
ଜୀବନର ସବୁଜିମା
ସହଜ ସୁନ୍ଦର ଜୀବନ ରାସ୍ତାରେ
ଭରିଯାଏ ଖାଲ ଖମା I
ଅଦୃଷ୍ଟ ଇଙ୍ଗିତେ ଜୀବନ ଚାଲଇ
ଏବେ ଅଛି ଏବେ ନାହିଁ
କ୍ଷଣିକରେ ସବୁ ଖେଳ ସରିଯାଏ
ଡାକିଲେ ମଶାଣୀ ଭୂଇଁ I