STORYMIRROR

Biswaranjan Mohanty

Inspirational Others

3  

Biswaranjan Mohanty

Inspirational Others

ଜୀବନ ପାଲି

ଜୀବନ ପାଲି

1 min
204


ଦୁହେଁ  ଆମେ ବସିଥିଲୁ ପାଲି ମେଲି ଖେଳି 

           ଦାନ ବାଛି ନେଇଥିଲୁ ହଳଦିଆ ନେଳି 

ଏକାଘରୁ ବାହାରିଲା ଦୁଇଗୋଟି ଦାନ 

         ଏକାପରି ଚାଲିଥିଲା ନୋହି ବଡ଼ ସାନ  l 

ମୁହିଁ ନେଲି ହଳଦିଆ ଆଗ ଯିବି ପାଚି 

         କଞ୍ଚା ରହିଯିବ ବୋଲି ନେଳି ଦେଲି ବାଛି 

ଆଗ ଖାଲି  'ଛ' ପଡିଗଲା ବାରମ୍ବାର 

        କେଡେ ବେଗେ ଉଠିଗଲି ନିଶୁଣି ଉପର  l

କେତେ କେତେ ସାନ ସାପ ରହିଥାନ୍ତି ଘେରି 

        ସହଜରେ ମୋତେ କେହି ନ ପାରନ୍ତି ଗିଳି 

ବେଗେ ବେଗେ ଚାଲି ଗଲି ମୁଁ ଷାଠିଏ ଘରେ 

        ଥକ୍କା ମାରି ଠିଆ ହୋଇ ଚାହିଁଲି ଉପରେ l

ଦେଖିଲି ଗୋଟିଏ ସିଡି ଆଉ ଅଛି ରହି 

         ତାକୁ ଛୁଇଁ ଦେଲେ ପାରି ହୋଇଯିବି ମୁହିଁ 

ପୁଣି ଯେତେବେଳେ ଗଡା଼ଇଲି ମୁହିଁ ଲୁଡୁ ଗୋଟି 

         ଆଉ ଜମା ନ ପଡିଲା ନାଲିଆ 'ଛ ' ଟି l 

ମାରୁ ମାରୁ କଟି ଦାନ ପଡିଗଲା ମୋର 

            ପାଖଘରେ ଚାହିଁଥିଲା ବୁଢ଼ା ଅଜଗର 

ବେଗେ ଗିଳି ଦେଇ ତଳ ଘରେ ଦେଲା  ଥୋଇ 

            ବିକଳରେ ଉପରକୁ ରହିଲି ଅନାଇ l 

ଶତଷଠି  ଘରେ ଯେଉଁ ଥିଲା ନେଳି ଦାନ 

       ତା 'ପାଖେ ନିଶୁଣି ଗୋଟେ ରହିଥିଲା ସାନ l 

ମୁହୂର୍ତ୍ତକେ ଦାନ ମାରି ଉଠିଲା ଉପରେ 

           ଏକାଥରେ ଯାଇ ପହଞ୍ଚିଲା ଶହ ଘରେ 

ଏବେ ମୁହିଁ ଯତନରେ ଗଡାଉଛି ଗୋଟି 

          ଆଉ ନିଶୁଣି ଉପରେ ନ ପାରୁଛି ଉଠି l 

ବାରମ୍ବାର ପଡୁଅଛି ସାପ ମୁହେଁ ଯାଇ 

              ଆଉ ଶହ ଘର ନ ପାରିବି ଛୁଇଁ 

ଯେତେ ମୁଁ ଜୀବନ ପଣେ ମାରୁଅଛି ଦାନ 

       ନ ପଡେ ଗୋଟିଏ ବଡ଼ ଖାଲି ପଡେ ସାନ l       


Rate this content
Log in

Similar oriya poem from Inspirational