STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

ଜୀବନ ନଈ,ନାରୀ ନାଉରୀ

ଜୀବନ ନଈ,ନାରୀ ନାଉରୀ

1 min
97

ତୁମେ ପରିଚୟ ମିଳିଲା

ଆମ ଘରର ଝିଅ ବୋଲି,

ଆମ ଘରର ଭଉଣୀ ବୋଲି

ମୋତେ ତୁମ ପ୍ରେମିକା ବୋଲି

ମୋତେ ତୁମ ସ୍ତ୍ରୀ ବୋଲି

ମୋତେ ଘରର ବୋହୁ ବୋଲି

ମୋତେ ଆମ ସନ୍ତାନର ମାଆ ବୋଲି ।।


ଜନ୍ମ ରୁ କେତେ ଆଦବ କାଇଦା

ନୀତି ନିୟମ ସବୁ 

ମୋ ପାଇଁ ଆଇନରେ ପରିଣତ କରିଦେଲ

ମୋର ଜନ୍ମର ଭଵିତବ୍ୟ ବୋଲି

ମାନି ନେଲି.......


କେବେ ତୁମ ଅଗଣାରେ ଖେଳିଲି,

କେବେ ସମ୍ପର୍କର ମଜଭୁତ ଡୋର ହେଇ ରାକ୍ଷୀ ସାଜିଲି

କେବେ ପ୍ରୀତିର ବନ୍ୟା କରି ତୁମକୁ ହୃଦୟ ଅଧିକାରୀ କଲି

କେବେ ବିନା ପ୍ରଶ୍ନରେ ତୁମ ଚିର ସଙ୍ଗିନୀ ହେଲି

କେବେ କର୍ତ୍ତବ୍ୟ ପରାୟଣତାର ଦ୍ୱାହିରେ ଦାୟିତ୍ଵ ସାଜିଲି

କେବେ ପୁଣି ଦାୟଦକୁ ଔରସରେ ଜାଗା ଦେଇ

ତୁମ କୂଳ ରକ୍ଷା କଲି,


ଏମିତି କାହିଁକି କଲ?

ପାନ ରୁ ଚୂନ ଖସିଲା ନ୍ୟାୟ ରେ

ମୋତେ ପରିତ୍ୟକ୍ତା ସଜେଇ ଦେଲ

ତୁମେ ଜାଣିଥିଲ,

ମୁଁ ମୋର ସର୍ବସ୍ବ ସମର୍ପି ସାରିଛି


ଦୁନିଆ କହେ ,

ମୋର ସ୍ୱର ଉତ୍ତୋଳନ କରିବାର ହକ ଅଛି

ଅପବାଦ ଭୟରେ ଚୁପ ରହିବା ପାଇଁ ବାଧ୍ୟ ମୁଁ

ମୁଁ ଏ ଆଧୁନିକ ସମାଜରେ 

ଆତ୍ମନିର୍ଭଶୀଳ,

ମାତ୍ର ପ୍ରତି କ୍ଷଣ ଆତ୍ମାକୁ ମାରିବା ପରେ

ନିର୍ଭଶୀଳତାର ମୂଲ୍ୟ ଆଉ କଣ ଥାଏ,


କେବେ କେହି କଣ ବୁଝିଲେ?

ନାରୀ ପାଇଁ ସଭ୍ୟତା,ସମାଜ,ପରିବାର

ସଭ୍ୟ ,ସମୃଦ୍ଧ,ଜାଗ୍ରତ ହୁଏ


ନାରୀ ସବୁ ଭୁଲି,

ଜୀବନ ଶେଷ ବେଳକୁ 

କଣ୍ଟକିତ ପଥ ଚାଲି,

ବାର ବାର ଅସ୍ତିତ୍ୱକୁ ପରୀକ୍ଷାରେ ସମ୍ମୁଖୀନ କରେଇ

ନିଜ ପାଇଁ ଚରମ ସତ୍ୟ ବାଛିନିଏ,

ଦେହ ସୁହା ହେଇ ଯାଏ ନାରୀତ୍ଵ

ବଳିଦାନର ଉଦାହରଣ ତାକୁ ସଜାଏ ସର୍ଵଂସହା

କିଏ ମୁହଁ ଟାଣ କରି କହିବ

ତା ଆତ୍ମା କେବେ ଧିକ୍କାରି ନାହିଁ ବୋଲି,

ତା ନାରୀତ୍ୱ କେବେ ନିଷ୍ପେସିତ ହେଇନି ବୋଲି ,


ଜୀବନକୁ ତର୍ଜମା କଲେ

ଭାଗଶେଷ ଶୂନ ତ ଶୂନ,

ଭାଗଫଳଟା ଲାଲ୍ ଟହଟହ ମହାକାଳ ଫଳ


ସବୁ ସହିଲେ ଗୋ ହତ୍ୟା

ସବୁ ଛାଡ଼ିଲେ ବ୍ରହ୍ମ ହତ୍ୟା ନ୍ୟାୟରେ ଜୀବନ ।

ନିଜେ ପ୍ରଭାବ, ନିଜେ ଅଭାବ


ନିଜ ଜୀବନ ନଈ

ପରିଚୟ ନାଆ ତାର

ନାରୀ ଅକାତ ଗଣ୍ଡରେ ନାଉରୀ ସାଜି

ନାରୀର ଯଥାର୍ଥ ସାଧନରେ 

କୋଉଠି ପାସ୍ ତ କୋଉଠି ଫେଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational