STORYMIRROR

SUJATA DAS

Action

3  

SUJATA DAS

Action

ଜୀବନ.,. ମୃତ୍ୟୁ

ଜୀବନ.,. ମୃତ୍ୟୁ

1 min
239

ଜୀବନ ଯେଉଁଠି

ଯନ୍ତ୍ରଣା କାଳିରେ

ସଫେଦ କାଗଜେ ଲେଖା

ମୃତ୍ୟୁ ବି ସେଇଠି

ଅଲିଭା ଅକ୍ଷରେ

କର୍ତ୍ତବ୍ୟ କରେ  ସମୀକ୍ଷା।


ଜୀବନ ଯେଉଁଠି

ଦୁଃଖର ଅନଳ

ବ୍ୟଥା ଦାଵା ନଳ

ସ୍ୱାର୍ଥର ଭଉଁରୀ  ଛନ୍ଦ

ମୃତ୍ୟୁ ବି ସେଇଠି

ଶୀତଳ ସ୍ବପ୍ନ ଟେ

ମଧୁ ଝରା ମକରନ୍ଦ।


ଜୀବନ ଯେଉଁଠି

ପ୍ରଶ୍ୱାସ ବୋଇତେ

ପ୍ରାଣ ବାୟୁ ସଞ୍ଚରିତ

ମୃତ୍ୟୁ ବି ସେଇଠି

ନିଶ୍ୱାସ ପବନେ

ଅନୁରାଗେ ପ୍ରବାହିତ।


ଜୀବନ ଯେଉଁଠି

ଯନ୍ତ୍ରଣା ଜାମିନୀ

ଅହଂକାର ଯତି ପାତ

ମୃତ୍ୟୁ ବି ସେଇଠି

ପ୍ରାଣ ପ୍ରିୟତମ

ସ୍ୱାଗତ ମଧୁ ସଂଗୀତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action