Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

4  

Bijay Prusty

Fantasy

ଜୀବନ ମୃତ୍ୟୁ

ଜୀବନ ମୃତ୍ୟୁ

1 min
469



ମୃତ୍ୟୁର ତଳେ ଜୀବନକୁ କିଆଁ

ଖୋଜିବାକୁ ଆଉ ଯିବି

ମରଣ ଦୁଆରେ କାହିଁକି ଗଢିବି

ଜୀବନର ଯଜ୍ଞବେଦୀ I


ମରଣ ଯେଉଁଠି ଜୀବନ ରୂପରେ

ଉଭାହୁଏ ଆଖିଆଗେ

ସେହି ମୃତ୍ୟୁ ମୋର କାମ୍ୟ ସର୍ବଦା

ଯିଏ ମୋ ଜୀବନ ମାଗେ I


ଜୀବନ ଓ ମୃତ୍ୟୁ ଗୋଟିଏ କାହାଣୀ

ଫରକ ମୋ ପାଇଁ ନାହିଁ

ମୃତ୍ୟୁ ପୋଛିଦିଏ ଆଖିରୁ ସପନ

ଜୀବନର କଥାକହି I


ମରଣ ଯେବେଳେ ପରକରି ଦିଏ

ଦୂରରେ ଜୀବନ ରହି

କି କଥା ସେ କୁହେ କାନରେ ମୋହର

କିଛି ବୁଝି ପାରେନାହିଁ I


ମରଣ ସହିତ ବସିଛି ମୁଁ ମିତ

ତୁମେ ସିନା ତାକୁ ଡର

ଜୀବନ ଓ ମୃତ୍ୟୁ ସମାନ ମୋ ପାଇଁ

ମୃତ୍ୟୁ ବେଶି ଆପଣାର I

         


Rate this content
Log in