STORYMIRROR

Dr.Sashi Bhushan Mohapatra

Abstract

2  

Dr.Sashi Bhushan Mohapatra

Abstract

ଜୀବନ, ମୃତ୍ୟୁ, ଈଶ୍ୱର

ଜୀବନ, ମୃତ୍ୟୁ, ଈଶ୍ୱର

1 min
346

ଜୀବନ

*****

ଜୀବନ ନିଷ୍ପାପ

ଫୁଲ ପରି କୋମଳ

ଆଉ ଅତୀବ ସୁନ୍ଦର

ଲକ୍ଷ ଭ୍ରଷ୍ଟ ତେବେ ହୁଏ

ଜୀବନ କାହିଁକି?


ଆରାଧନା ଭୁଲିଯାଇ

ରାବଣ ପରି

କେମିତି ହୋଇଯାଏ

ଏତେ କଦାକାର।

ଜୀବନ ଯନ୍ତ୍ରଣା ମୁକ୍ତ

ହେଉନାହିଁ କାହିଁକି?

ହେ ଈଶ୍ୱର!

ଅଛି କି ତୁମ ପାଖେ ଉତ୍ତର।


“ମୃତ୍ୟୁ

******

ବନ୍ଧନର ବନ୍ଧନୀରୁ

ସ୍ୱାଧୀନତା ଲୋଡ଼ା

ଜୀବନର ମୁକ୍ତିରେ

ମୃତ୍ୟୁ ଏକ ଶୂଚିସ୍ନାନ

ବିଳାପ ନୁହେଁ

ଲୁହ ଆଉ କାନ୍ଦର।


ହେ ଈଶ୍ୱର!

ଜୀବନକୁ ମୋକ୍ଷ ଦେବାପାଇଁ

ଏ କ’ଣ ମୃତ୍ୟୁର ଜୟଯାତ୍ରା

ନା ଜୟଗାନ ତୁମର।


“ଈଶ୍ୱର”

****:*

ହେ ଈଶ୍ୱର

ନିଜର ଇଛାରେ

ସୃଷ୍ଟି କଲ ଜୀବନ

ଜୀବନଠୁ ମୃତ୍ୟୁ ଯାଏଁ

ସଂସରଟିଏ ରଖିଲ।


ମୁଁ ସନ୍ୟାସ ନେଲି

ଛାଡ଼ିଲି ସଂସାର

ତୁମେ କୁହ ,ହେ ଈଶ୍ୱର

କେଉଁଟା ଠିକ

ତୁମ ସଂସାରନା ମୋ ବିଚାର?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract