STORYMIRROR

Raja Sekhar CH V

Abstract Others

2  

Raja Sekhar CH V

Abstract Others

ଜୀବନ କେତେ ଅମୁଲ୍ୟ

ଜୀବନ କେତେ ଅମୁଲ୍ୟ

1 min
119

ଏହି ଜାବନ୍ତ ଜୀବନ କେତେ ଯେ ଅମୂଲ୍ୟ,

ମାନବ ଜନ୍ମ ପାଇବା କେତେ ସୌଭାଗ୍ୟ,

ସାଧନାରୁ କରି ହେବ ଅସାଧ୍ୟ ଲକ୍ଷ୍ୟକୁ ସାଧ୍ୟ,

ସୀମିତ ସମୟରେ ସୁକର୍ମ କରିବା ଅନିବାର୍ଯ୍ୟ ।୧।


ଜୀବନରେ ଆସିବେଯିବେ ବିଭିନ୍ନ ଅଧ୍ୟାୟ,

ନିର୍ଦ୍ଦିଷ୍ଟ ବ୍ୟବଧି ରଖିଛନ୍ତି ସମସ୍ତ ପର୍ଯ୍ୟାୟ,

ଜ୍ଞାନକୌଶଳ ପାଇବା ପାଇଁ ହୋଉ କାଳ ବ୍ୟୟ,

ଭକ୍ତିମାର୍ଗ ଆତ୍ମଚିନ୍ତନ ସମ୍ପ୍ରାପ୍ତିର ରହୁ ଧ୍ୟେୟ ।୨।


କଷ୍ଟ ସଂଘର୍ଷ ବେଳେ ଆବଶ୍ୟକ ଯେ ଥୟ,

ଧୈର୍ଯ୍ୟରୁ କେବେ ହେବନି ନୀରସ ନିଃସହାୟ,

ଅଜଣା ସମୟରେ ଯେ ହେବ ସଂସାରରୁ ବିଦାୟ,

ବିଶ୍ୱାସ ରହୁ ଯେ ଜଗାକାଳିଆ ଦେଇଛନ୍ତି ଅଭୟ ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract