Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅଜୟ କୁମାର ବେହେରା

Inspirational Others

4.5  

ଅଜୟ କୁମାର ବେହେରା

Inspirational Others

ଜୀବନ ଜୀବିକା ଓ ଅର୍ଥନୀତି

ଜୀବନ ଜୀବିକା ଓ ଅର୍ଥନୀତି

1 min
282



ବିଶ୍ୱରେ ବିଶାଳ ଜନସଂଖ୍ୟା ଦେଶ

     ଆମର ଭାରତ ବର୍ଷ ।

ବିକାଶ ପଥରେ ଅଗ୍ରସର ବେଳେ

   କୋରନା ଭରିଲା ବିଷ ।୧।

ଭୂତାଣୁ ଭୟରେ ବସୁଧା ବକ୍ଷରେ

    ଆତଙ୍କ ରାଜକୁ ଦେଖି ।

ଆମ ସରକାର ପଦକ୍ଷେପ ନେଲେ

    ଆଗାମୀ ସ୍ଥିତି ପରଖି ।୨।

ତାଲା ବନ୍ଦ ପାଇଁ ସମଗ୍ର ଦେଶରେ

     ଡାକ ଦେଲେ ସରକାର ।

ଗୃହବନ୍ଦୀ ହୋଇ ରହିବା ଜରୁରୀ

     ସଂକ୍ରମଣ ହେବ ଦୂର ।୩।

ସରକାରଙ୍କର  ଏହି  ପଦକ୍ଷେପ

   ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ।

ପ୍ରଥମ ସୁରକ୍ଷା  ମାନବ ସମ୍ବଳ

   ଯେଉଁମାନେ ଦେଶ ଭାଗ୍ୟ ।୪।

ପେଟ ପାଇଁ ନାଟ ସାରା ଜଗତରେ

     ସମସ୍ତଙ୍କୁ ଏହା ଜଣା ।

ପେଟ ଭରିବାକୁ ଜୀବିକା ଜରୁରୀ

   କେମିତି ହେବ ଭରଣା ।୫।

ଭାରତ ବର୍ଷର ଦିନ ମଜୁରିଆ

 କୃଷକ ଶ୍ରେଣୀର ଲୋକ ।

ଯେଉଁମାନଙ୍କର ପରିଶ୍ରମ ଫଳେ

 ଜନତାଙ୍କ ମେଣ୍ଟେ ଭୋକ ।୬।

କୃଷକ ଫସଲ କ୍ଷେତରେ ସଢ଼ୁଛି

   କୋରନା ଦେଉଛି ଦୁଃଖ ।

ଦିନ ମଜୁରିଆ ବେକାର ବୁଲୁଛି

  ଦେଖି ହେଉନାହିଁ ଭେକ ।୭।

ଜୀବିକା ହରେଇ ସର୍ବେ ବସିଛନ୍ତି

   ଘାରୁଛି ପେଟରେ ଭୋକ ।

ଦେଶକୁ କିପରି ଦାନା ଯୋଗାଇବେ

   ଖାଇବେ ଦେଶର ଲୋକ ।୮।

ଜୀବନ ଜୀବିକା ମୁଦ୍ରା ଦୁଇ ପାର୍ଶ୍ଵ

    ଅଲଗା କିପରି ହେବ ।

ଜୀବିକା ହାରିଲେ ଜୀବନ ମରିବ

   କିଏ ଦେବ କାହା ଦୋଷ ।୯।

କୃଷକ କାନ୍ଦୁଛି ଚାଷ କ୍ଷେତେ ବସି

     ଫସଲ ଉଜୁଡି ଗଲା ।

ଦେଶର ଶ୍ରମିକ ଜୀବିକା ଖୋଜୁଛି   

  ସବୁଆଡେ ଏବେ ତାଲା ।୧୦।

କର୍ମହରା ହୋଇ ଦେଶରେ ଶ୍ରମିକ

   ପେଟରେ ଭୋକର ନାତ ।

ପ୍ରାଣ ବିକଳରେ ବସି ରହିଛନ୍ତି

   ନୟନେ ଲୋତକ ସ୍ରୋତ ।୧୧।

ଘରେ ଫେରିବାକୁ ଗାଡିଘୋଡା ନାହିଁ

     ରାସ୍ତାଘାଟ ଖାଆଁ ଖାଆଁ ।

ଦେଶ ବିଦେଶରେ ଭୋକ ଉପାସରେ

    ପାଦ ଚଲା ରାସ୍ତା ସାହା ।୧୨।

ଏକତ୍ର ହୋଇଲେ ସଂକ୍ରମଣ ଭୟେ

     ପୋଲିସ କର୍ତ୍ତବ୍ୟ ରତ ।

ଗହଳି ଦେଖିଲେ ନେତା ମିଡିଆଙ୍କ

   ଟିଆର୍ପି ନେବାରେ ବ୍ୟସ୍ତ ।୧୩।

ଅଥୟ ହେଉଛି ଖଟିଖିଆ ମନ

   ସମସ୍ତେ ଉପାୟ ଶୂନ୍ୟ ।

ଦେଶ ଅର୍ଥନୀତି ହୁଏ ଅଧୋଗତି

  ଜୀବନକୁ ଦେଲେ ଧ୍ୟାନ।୧୪।

ଜୀବନ ସହିତ ଜୀବିକା ବଞ୍ଚିଲେ

    ଦେଶ ଅର୍ଥନୀତି ସ୍ଥିତି ।

ସୁଦୃଢ଼ ହୋଇବ ଭବିଷ୍ୟତ ପାଇଁ

    ପ୍ରଗତିରେ କରି ଗତି ।୧୫।

ଦେଶବାସୀଙ୍କର ସହଯୋଗ ଲୋଡ଼ା

    ରଖିବାକୁ ଦେଶ ମାନ ।

ଜୀବନ ସହିତ ଜୀବିକା ବଞ୍ଚିବ

   ସରକାର ଦେବେ ଧ୍ୟାନ ।୧୬।



Rate this content
Log in

Similar oriya poem from Inspirational