Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୪୮

ଜୀବନ ଗୀତା-୩୪୮

1 min
117


ଜୀବନ

ଅନେକ ସମ୍ଭାବନାର

ସୀମାହୀନ ଆହ୍ୱାନ

ଜୀବନ..

ଅନେକ ସ୍ୱପ୍ନ ସବୁର

ଅନ୍ତହୀନ ସୃଜନ ॥୦॥

ଜୀବନର ସମ୍ମୋହନ

ବାନ୍ଧିଛି କାରେ କେମିତି

ଜୀବନକୁ ଭଲପାଏ

ଅନ୍ତରେ ଯିଏ ଯେମିତି

ଜୀବନ.......

ଅନେକ ଲମ୍ବା ରାସ୍ତାର

ଅସରନ୍ତି ସୋପାନ ॥୧॥

ଜୀବନର ଆକର୍ଷଣ

କାହାର ଅବା କେମିତି

ଜୀବନକୁ ବୁଝିଥାଏ

ସତରେ ଯିଏ ଯେମିତି

ଜୀବନ.......

ଅନେକ ଖଟା ମିଠାର

ସୁନ୍ଦର ରୂପାୟନ ॥୨॥


Rate this content
Log in

Similar oriya poem from Inspirational