STORYMIRROR

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୨୮

ଜୀବନ ଗୀତା-୩୨୮

1 min
292


ଜୀବନରେ ସାଂସାରିକ ସୁଖ

ସବୁଠୁଁ ସୁନ୍ଦର

ନମିଳିଲେ ଜୀବନ ଜଟିଳ

ଅତି ଅସୁନ୍ଦର ॥୦॥

ଆବେଗ ଯେତିକି

ଚିନ୍ତାବି ସେତିକି

ନିଷ୍ଠାର ସହିତ ସଂସାରର ଧର୍ମ

ପାଳିବାକୁ ହୁଏ

ଅସ୍ଥାୟୀ ଆନନ୍ଦ ରହେ କିଛିକ୍ଷଣ

ସ୍ଥାୟିତ୍ୱ ନଥାଏ

ସଂସାରର ସୁଖଶାନ୍ତି ସିନା

ସ୍ଥାୟୀ ଆଉ ଚିର ॥୧॥

ଅନ୍ୟର ଆନନ୍ଦ

ନିଜର ଆନନ୍ଦ

ଅନ୍ୟର ବିଷାଦ ବେଦନା ସବୁକୁ

ବାଣ୍ଟିବାକୁ ହୁଏ

ନିରାସକ୍ତ ମନତ ହୃଦୟହୀନ

ବେପରୁଆ ରୁହେ

ସୁଖେଦୁଃଖେ କାର ହୁଏନାହିଁ

ସିଏ ଭାଗୀଦାର ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational