STORYMIRROR

Sunanda Mohanty

Abstract Tragedy

3  

Sunanda Mohanty

Abstract Tragedy

ଜୀବନ ଏମିତି

ଜୀବନ ଏମିତି

1 min
142

ଜୀବନକୁ କେ ଦେଖୁଛି

ତୁଳିତଳ୍ପ ଶଯ୍ୟାରେ

କିଏ ପୁଣି ଥରୁଥାଏ

ପ୍ଲାଟଫର୍ମର ଶୀତ ରାତିରେ

ଆଉ କିଏ ଠା ଠା ଓଦା ଚାଳଘରେ

ତୁଛାରେ ମାଟି ହାଣ୍ଡି ଖଡ଼ ଖଡ଼ କରେ

ଦି ଘଡି ଜିଇଁବା ଆଶାରେ

କାହା ଝିଅ ଗଲା ଯେ ଗଲା

ଫେରିଲାନି ଆଉ

କୁଆଡେ ଯାଇଛି ବୋଲି ବୁଝିବାକୁ ନାହିଁ ଜୁ

କାହା ପୁଅ ବିଦେଶେ ରହିଲା

କୋଟିଏ ସରିକି ଟଙ୍କା ଖର୍ଚ୍ଚ ହୋଇଥିଲା

କାହା ପୁଅ ସନ୍ୟାସୀ ହୋଇଗଲା

ଫେରିଲତ ବୁଦ୍ଧମ ଶରଣମ ଗଛାମି କହିଲା

କାହା ବାପା ଚାଲିଗଲା ଆଉ କାହାକୁ ନେଇ

ସ୍କୁଲରେ ତା ପିଲାଙ୍କୁ ଟାହିଟାପରା କରେ କେହି

କାହା ମାଆ ତିନିଟା ପିଲାଙ୍କୁ ଛାଡି ପରପୁରୁଷ ସାଥେ

ଛାଡିଯାଇଥିବା ସ୍ୱାମୀର ଇଜ୍ଜତ ଆଉ ହାତେ କି ଦିହାତେ

ରିକ୍ସା ବାଲା ଟଙ୍କା ବିଡା ପାଇ ଫେରାଏ କୋଉଠି

ଧନ ପରେ ଧନ ଥାଇ କେ ବସିଥାଏ ଥୋଇ ଗୋଇଠି

କାହା ଜୀବନେ କେତେ ଫରକ କାହିଁକି

ବାଟରେ ଚାଲିବା ସହଜ ନୁଂହେଟି

କାହିଁକିର ଉତ୍ତର ସେଇ ଗୋଟିଏ

କର୍ମଫଳ ଭୋଗୁଛେ ସଭିଏଁ

କେଜାଣି କୋଉ ଦୁଃଖ ସୁଖ ଭିତରେ ଜୀବନ

ଦୋଛକି ଭିତରେ ପରମାତ୍ମା ବୁଝନ୍ତି ସମ୍ବେଦନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract