STORYMIRROR

sasmita sahoo

Inspirational Others

3  

sasmita sahoo

Inspirational Others

ଜୀବନ ଏକ ସୁନ୍ଦର ଯାତ୍ରା

ଜୀବନ ଏକ ସୁନ୍ଦର ଯାତ୍ରା

1 min
523



ହଜାର ସ୍ୱପ୍ନ ଭାଙ୍ଗି

ଚୁରମାର ହେଲା ପରେ

ନୂଆ ଏକ ସ୍ୱପ୍ନ

ଦେଖିବାକୁ ସାହସ କରିବା

ହିଁ ତ ଅସଲ ଜୀବନ ॥

କେବେ ଏକ କାହାଣୀ ତ

କେବେ ଏକ ପ୍ରେମ ଗୀତ

କେବେ ଦରଦ ଭରା କ୍ଷତ ॥

କେବେ ସୁଖର ଛାଇ

କେବେ ଅକାତ କାତ ପାଣି

ତ କେବେ ଶୁଖିଲା ନଇ ॥

କେବେ ହସ ତ କେବେ ଲୁହ

କେବେ ରାଗ ତ କେବେ ରୁଷା,

କେବେ ଭୁଲ ତ କେବେ ଠିକ ,

କେବେ ଅଭିଯୋଗ ତ

କେବେ ଆଶ୍ୱାସନା ॥

କେବେ ପାଇବା ତ କେବେ ହରାଇବା

କେବେ ଅଧିକ ପାଇ ଦୁଃଖୀ ହେବା

କେବେ କିଛି ନ ପାଇ ଖୁସି ହେବା ॥

କେବେ ନିଜ ଠାରୁ ଦୁରେଇ ଯିବା

କେବେ ଦୂରରେ ଥାଇ ନିଜର ହେବା

କେବେ ବିଶ୍ୱାସରେ ବନ୍ଧା ତ

କେବେ ଛଳନାରେ ଛନ୍ଦା ॥

କେବେ ବାଜି ତ କେବେ ଶପଥ

ବାରମ୍ବାର ତଳେ ପଡି ପୁଣି ଠିଆ ହେବା,

ଧୋଖା ଖାଇ ଲକ୍ଷ୍ୟ ସ୍ଥଳରେ ପହଂଚିବା

ଭଙ୍ଗା ଦୀପରେ ତେଲ ଢାଳି

ପ୍ରଜ୍ଜ୍ଵଳିତ କରିବା ॥

କିଛି ଇଛା କିଛି ଆଶା

କିଛି ଅନ୍ୱେଷଣ କିଛି ସାହସ

କୁ ନେଇ ଜୀବନ ॥

କିଛି ସପନ କିଛି ବାସ୍ତବତା

ନିଜର ଖୁସି ବାଣ୍ଟି କାହାକୁ ହସIଇବI

ନିଜର ଦୁଃଖ ଲୁଚାଇ

ଅନ୍ୟ ଆଗରେ ହସିବା

ଅନ୍ୟର ଦୁଃଖକୁ ନିଜର କରିବା ॥

କିଛି ଥଟ୍ଟା କିଛି ଉପହାସ

କିଛି କଳ୍ପନା କିଛି ପ୍ରୟାସ ॥

କେବେ ଝଡ ତ କେବେ ମୃଦୁ ମଳୟ

କେବେ ଭରସା ତ କେବେ ବାହାନା

କେବେ ବିଶ୍ୱାସ ତ କେବେ ଶାନ୍ତ୍ଵନା ॥

କାଲିର କଥା କିଏ ଜାଣିଛି

ସୂର୍ଯ୍ୟ ଚନ୍ଦ୍ର ଠାରୁ ଆଗକୁ ଯିବା

ଆକାଶ ଠାରୁ ମହାନ ହେବା

ଦୁନିଆର ଚିନ୍ତା କରିବାର ନାହିଁ ॥

ଜୀବନ ଏକ ଭଡା ଘର

ଦିନେ ନା ଦିନେ ତ

ଘର ଛାଡି ଯିବାକୁ ହେବ ॥

ଆଉ ଯେବେ ମୃତ୍ୟୁ ଡାକରା ଦେବ

ସେତେବେଳେ ତ ଘରୁ

ବାହାରିବାକୁ ହିଁ ପଡିବ ॥


( ସସ୍ମିତା ସାହୁ ,ନାଶିକ)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational