ଜୀବନ ଏବେ ମୃତ୍ୟୁମୁହାଁ
ଜୀବନ ଏବେ ମୃତ୍ୟୁମୁହାଁ
ମୃତ୍ୟୁକୁ ଧରିବା ପାଇଁ
ହାତଦିନେ ଦେଲି ମୁଁ ବଢାଇ
ଘୁଞ୍ଚିଗଲା ଦୂରେ ସିଏ
କହିଗଲା ନାହିଁ ନାହିଁ ନାହିଁ I
ଜୀବନର ସ୍ୱରଦେଇ
ଗୀତ ସେ ଗାଇଲା
ତା ମଧୁର ସ୍ୱର ମୋର
ହୃଦୟ ଛୁଇଁଲା I
କହିଲା ଅତି ଆଦରେ
ସେ ମୋର ଜୀବନ
ମୃତ୍ୟୁ ନୁହେଁ ସିଏ ମୋର
ଅପହଞ୍ଚ ଜୀବନର ସ୍ୱନ I
ତା ଭିନ୍ନ ଆଉକେ କାଳେ
ଛୁଇଁଦେବ ମୋତେ
ସେଥିପାଇଁ ରହି ପାଖେ ପାଖେ
ପ୍ରତ୍ୟେକ ମୂହୂର୍ତ୍ତ ମୋର
ଭିଜାଇଲା ତା ପ୍ରୀତି ମୟୁଖେ I
ଆଜି ସେ ମୋ ଆଖି ଆଗେ
ତଥାପି ମୁଁ ପାରୁନାହିଁ ଜାଣି
ସିଏ ମୋର ଜୀବନର ଛନ୍ଦ ଅବା
ମୋ ମୃତ୍ୟୁର କରୁଣ କାହାଣୀ I
