STORYMIRROR

Raja Sekhar CH V

Abstract

2  

Raja Sekhar CH V

Abstract

ଜୀବନ ଧ୍ୟେୟ

ଜୀବନ ଧ୍ୟେୟ

1 min
106


ଏହି ଜାବନ୍ତ ଜୀବନ ଯେ କେତେ ଅମୂଲ୍ୟ,

ମାନବ ଜନ୍ମ ପାଇବା କେତେ ସୌଭାଗ୍ୟ,

ସାଧନାରୁ କରିବା ଅସାଧ୍ୟ ଲକ୍ଷ୍ୟ କୁ ସାଧ୍ୟ,

ସୀମିତ ସମୟରେ ସୁକର୍ମ ଯେ ଅନିବାର୍ଯ୍ୟ ।୧।


ଜୀବନରେ ଆସିବେ ଯିବେ ବିଭିନ୍ନ ଅଧ୍ୟାୟ,

ନିର୍ଦ୍ଦିଷ୍ଟ ବ୍ୟବଧାନ ରଖିଛନ୍ତି ସବୁ ପର୍ଯ୍ୟାୟ,

ଜ୍ଞାନ-କୌଶଳ ପାଇଁ ହୋଉ କାଳର ବ୍ୟୟ,

ଭକ୍ତିମାର୍ଗ ଆତ୍ମଚିନ୍ତନ ସମ୍ପ୍ରାପ୍ତିର ରହୁ ଧ୍ୟେୟ ।୨।


କ୍ଳେଶକର ସଙ୍ଘର୍ଷ ବେଳେ ଅପରିହାର୍ଯ୍ୟ ଯେ ଅସୀମ ଧ୍ୟାୟ ଥୟ,

ଧୈର୍ଯ୍ୟଶୀଳ ସାହସୀ ହେଲେ କେବେ ହେବନି ନୀରସ ନିଃସହାୟ,

ବିଶ୍ୱାସ ରହୁ ଯେ ରାଜାଧିରାଜ ଜଗାକାଳିଆ ଦେଇଛନ୍ତି ନିଜ ଅଭୟ,

କାହାକୁ ବି ଜଣା ନାହିଁ କେବେ ଯେ ହେବ ସଂସାରରୁ ଅନ୍ତିମ ବିଦାୟ ।୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract