STORYMIRROR

kishore Nayak

Tragedy

4  

kishore Nayak

Tragedy

"ଜୀବନ ଦୌଡ଼ "

"ଜୀବନ ଦୌଡ଼ "

1 min
46


ଜନ୍ମ-ମୃତ୍ୟୁର ଏଇ ଦିଦିନ ବାଟରେ 

ବଞ୍ଚିବାର ଜୀବନ ଦୌଡ଼ରେ 

କିଏ ଏଠି ହାରୁଛି ପୁଣି କିଏ ଏଠି ଜିତୁଛି 

କିଏ ଏଠି ହସୁଛି ପୁଣି କିଏ ଏଠି କାନ୍ଦୁଛି 

କିଏ ଏଠି ଅକାରଣରେ କହୁଛି 

ପୁଣି କିଏ ଏଠି ସବୁକୁ ମଥା ପାତି ସହୁଛି 

କିଏ ଏଠି ଦାନୀପଣରେ ଦେଉଛି 

ପୁଣି କିଏ ଏଠି ହାତ ବଢ଼େଇ ନେଉଛି 

କିଏ ଏଠି ଜୀବନରେ ସବୁକିଛି ପାଉଛି ତ 

ପୁଣି କିଏ ଏଠି ଜୀବନରେ ସବୁ କିଛି ହରେଇ ବସୁଛି 

ନିଜ ଭାଗ୍ୟ ଆଉ କର୍ମର ସହମତିରେ 

ଆଶାର ରାଜପଥ ପରେ ସ୍ୱପ୍ନ ଏଠି ବାଟବଣା ହେଇଯାଉଛି 

ଜୀବନଟା ପାଲଟୁଛି ଅଭିଶପ୍ତ l

ହେ ଈଶ୍ୱର, ତୁମ୍ଭର ଏଇ ବିଶାଳ ସୃଷ୍ଟିରେ 

ସୁଖ-ଦୁଃଖ, ହସ-କାନ୍ଦ ଭରା ଏଇ ଅସାର ସଂସାରେ 

ସମସ୍ତେତ ତୁମ୍ଭରି ସନ୍ତାନ; ସବୁତ ତୁମ୍ଭରି ଅବଦାନ 

ହେଲେ ଏତେ ପାତର ଅନ୍ତର କାହିଁକି? 

ନିରାଶ ବୁକୁରେ ହା ହୁତାଶରେ 

ଖାଲି ମରି ମରି ଡରି ଡରି ବଞ୍ଚିବାକୁ ପଡେ ଏଠି l

ସମୟର ନୀରବତା ଭିତରେ 

ନିଜ ଭଙ୍ଗା ମନର ନିଭୃତ କୋଣରେ 

ନିଜ ଆଖିର ତତଲା ଲୁହକୁ 

ହୃଦୟର ବିଷ୍ପାରିତ କୋହକୁ 

ଅନ୍ତର ଭିତରେ ଚାପିଧରି 

ହସିବାର ଖୁସିରେ ଆତ୍ମହରା ହେବାର 

ଅଭିନୟ କରିବାକୁ

ପଡେ ଖାଲି 

କାରଣ ଏଠି କାନ୍ଦିବା ମନା l

କାନ୍ଦିଲେ କଣ ହେବ?

ଫଳସ୍ୱରୂପ ଖାଲି ଗୁଡ଼ାଏ 

ଛଳନାଭରା ସହାନୁଭୂତି ମିଳିବ 

ଅରଣ୍ୟରୋଦନର ବାହାନା ଦେଖାଇ 

ତୁମର ସେଇ କାନ୍ଦିବାର ସୁଯୋଗ ନେଇ ବସିବେ ଅନ୍ୟମାନେ 

ପରିସ୍ଥିତିର ଦୋଛକିରେ 

ଆପଣାର ଲୋକମାନେବି 

ନଚିହ୍ନିଲା ପରି ମୁହଁ ବୁଲେଇ ଚାଲିଯିବେ 

ନିଜ ନିଜ ବାଟରେ ସବୁକିଛିକୁ ଫାଙ୍କିଦେଇ l

ତେଣୁ ସାବଧାନ ହୁଅ 

ହାତେ ମାପି ଚାଖଣ୍ଡେ ଚାଲ 

ନ ହେଲେ ପାଦ ଖସିଯିବାର ସମ୍ଭାବନା ଏଠି ଢେର ବେଶି 

ଅସହାୟତାର ପରିଚୟ ନଦେଇ 

ବରଂ ନିଜ ଭିତରେ ଥିବା ଦୁର୍ବଳତାକୁ କାଢି ଫିଙ୍ଗି ଦିଅ 

ଏକାକୀ ଉଠି ଛିଡା ହେବାକୁ ପ୍ରାଣପଣେ ଚେଷ୍ଟା କର 

ଦେଖିବ, ତୁମେ ବି ଜିତିବ ବିଜୟର ମୁକୁଟ ପିନ୍ଧି 

ଏ ଦୁନିଆକୁ ଅଙ୍ଗୁଳି ଦେଖାଇ 

ତୁମେବି ସାବ୍ୟସ୍ତ କରିପାରିବ 

ଏ ପୃଥିବୀ ବକ୍ଷରେ ତୁମର ବଞ୍ଚିବାର ଅଧିକାର 

ତୁମର ପ୍ରାପ୍ୟ ଆଉ ତୁମର ହକ 

ସାମର୍ଥ୍ୟରେ, ସତ୍ୟରେ, କର୍ମର ବାସ୍ତବତାରେ 

ଆଶୀର୍ବାଦ ପୁଷ୍ଟ ହୋଇ 

ଈଶ୍ୱରଙ୍କ ଦରବାରେ 

ତାଙ୍କରି ଆଶିଷ ଧାରାରେ 

ସ୍ୱାଭିମାନ ଆଉ ଆତ୍ମମର୍ଯ୍ୟାଦାର ସହିତ l



Rate this content
Log in

Similar oriya poem from Tragedy