Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Tragedy Action Thriller

3  

Sunanda Mohanty

Tragedy Action Thriller

ଜୀବନ ଚକ ଚରଖା

ଜୀବନ ଚକ ଚରଖା

1 min
174



ଜୀବନ ଏକ ମରୁବାଲି ମରୀଚିକା

ଅତୀତ ଇତି ହୁଏ ଖାଲି ଉପକ୍ରମଣିକା ।


ବର୍ତ୍ତମାନ ଖୋଜେ ହେଜେ ମଉକା

ଭବିଷ୍ୟତ ସୁନେଲି ସକାଳର ଅଭିସାରିକା ।


ଋତୁ ଆସି ଯାଏ ଭାସି ବର୍ଷ ଅବବାହିକା

ଜୀବନ ଖୋଜେ ଭଙ୍ଗା ଦଦରା ଆଶ୍ରୟ ନୌକା ।


କିଏ କେମିତିକା ମାରେ ଛକା କି ଚଉକା

ଆପଣା ହସ୍ତେ ଜିହ୍ୱା ଛେଦି କେ ଅଛି ପ୍ରତିବାଦୀ ।


ଜୀବନ ଗଡେ ଖେଳି ବୋହୁ ବୋହୁକା

ରାଗ ଋଷା ଅଭିମାନ ଦେଖାଏ ପଞ୍ଚା ଛକା ।


ଜୀବନ ହା ହୁତାଶନ ନାଚେ ଥେଇ ଥେଇକା

ଜୀବନ ସଳିତା ଜଳି ଜଳେ ଦିକ ଦିକିକା ।


ଗର୍ବ ଦମ୍ଭ ଅହଙ୍କାର ଭାରେ ଜୀବନ ନିହାତି ଏକା

ପଡ଼ି ଉଠି ଜୀବନଟା ଗୋଟେ ଝଟକା ।


ଜୀବନ ଘର ବନ୍ଦ କବାଟ ଝରକା

ଜୀବନ ଘାସ ଫୁଲ ମଣିଷପଣିଆ ଥିଲେ ଏକା।


ଯିଏ ଯେତେ ଦଳିଦେଉ ଘାସ ଫୁଲ କୌଶଳ ଶିଖା

ବଞ୍ଚିବାକୁ ଲୋଡା ଜୀବନେ ଯେଉଁ ଦୀକ୍ଷା ଓ ଶିକ୍ଷା


ଗୁରୁଜ୍ଞାନ ଗୁରୁଜନ ପୁର୍ବଜ ଦିଅନ୍ତି ପୁରୁଖା

ଜୀବନରେ ପିତୃପୁରୁଷ ମହୁମଖା ଚରଖା ।


Rate this content
Log in

Similar oriya poem from Tragedy