STORYMIRROR

Dr.Sashi Bhushan Mohapatra

Abstract

2  

Dr.Sashi Bhushan Mohapatra

Abstract

ଜୀବନ ଆନନ୍ଦମୟ

ଜୀବନ ଆନନ୍ଦମୟ

1 min
210

ଏମିତି ଜୀବନ ନାହିଁ

ଯାହା ଅନ୍ଧାରୁ ନଆସେ,

ଏମିତି ବି ଜୀବନ ନାହିଁ

ଯାହା ଆଲୋକ ନଦେଖେ,

ଏମିତି ମୃତ୍ୟୁ ନାହିଁ

ଯାହା ଅନ୍ଧାର ନଦିଶେ,

ଏମିତି ବି ମୃତ୍ୟୁ ନାହିଁ

ଯାହା ଆଲୋକ ନଖୋଜେ।


ମରୀଚିକା ସବୁ

ବିସ୍ମିତ ଦୃଷ୍ଟି ଆଢୁଆଳେ ,

ମୋର ସାମର୍ଥ୍ୟ ନାହିଁ

ଅନ୍ଧାର କି ଆଲୋକର

ସଂଜ୍ଞା ଠିକ ବୁଝିବାରେ।


ଆଖିରେ କ’ଣ ଦେଖିହୁଏ

ଆଲୋକର ଉତ୍ସ ନା ଅନ୍ଧାରର,

ମନଶ୍ଚକ୍ଷୁ ଖୋଲି ଦେଖ

ଅନ୍ଧାର ରହିଛି ଭିତରେ

ଆଲୋକ ବି ଅଛି ସେଠାରେ।


ଜୀବନ ଜଳପାତ୍ରରେ

ଏ ସବୁ କିଏ ଭରିଛି

ମୁଁ କିନ୍ତୁ ପିୟୁଷ ଖୋଜୁଛି

ବିଜୟ ପରାଜୟ କାହାର

ଆତ୍ମା ତ ପରମାତ୍ମାର ଅଂଶ

ଜୀବନ ମାୟା ନୁହେଁ

ଦିବ୍ୟ ଜୀବନର ଖେଳ,

ଦିବ୍ୟ ପ୍ରେମରେ ଦେଖ

ଜୀବନ କେତେ ଆନନ୍ଦମୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract