STORYMIRROR

kahnu charan sahu

Abstract

2  

kahnu charan sahu

Abstract

ଜୀଅନ୍ତା ଠାକୁର

ଜୀଅନ୍ତା ଠାକୁର

1 min
133

ପିତାମାତା ଆମ ଜୀଅନ୍ତା ଠାକୁର  

ହୃଦ ତାଙ୍କ ପ୍ରେମମୟ

ଥିଲେ ତାଙ୍କ ପାଶେ କଦାପି ନ ଆସେ

ଟିକି ମନେ ଆମ ଭୟ


ସରଗ ସମାନ ମନ ବୃନ୍ଦାବନ

ପାଇବା କି? କାହିଁ ଖୋଜି

ମମତା ଝର ତାଙ୍କ ସ୍ନେହ ଆଦର

ପାରିବା କି? ଋଣ ସୁଝି


ଦୀପ ପରି ନିଜେ ଜଳି ସେ ଯାଆନ୍ତି

ଆଲୋକ ଦେବାର ପାଇଁ

ନିସ୍ୱାର୍ଥ ଭାବନା କଷ୍ଟ ଅ-କଳନା

ସବୁକିଛି ଯା'ନ୍ତି ସହି


ସନ୍ତାନଙ୍କ ପାଇଁ ଛାତିର ବେଦନା

ଓଠରେ ଯାଆନ୍ତି ପିଇ

ଅସହ୍ୟ ଯନ୍ତ୍ରଣା ନିଜର କରନ୍ତି

ସନ୍ତାନଙ୍କ ଖୁସି ପାଇଁ


ସାକ୍ଷାତ ଈଶ୍ୱର କୋଟି ନମସ୍କାର

କରଇ ତାଙ୍କ ପୟରେ

ତାଙ୍କରି ଆଶିଷ ପାଇ ଉପଦେଶ 

ଶ୍ରେଷ୍ଠ ହେବ ଦୁନିଆରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract