ଜିଭରେ ମଧୁରତା, ହୃଦୟେ ବିଷ,ସାବଧାନ
ଜିଭରେ ମଧୁରତା, ହୃଦୟେ ବିଷ,ସାବଧାନ
ଦେଖ, ପତ୍ର, ପୁଷ୍ପ, ଡାଳ, ଚେର ଓ ଫଳ
ଧରି ବୃକ୍ଷ ନିଜର
ଉପକାରରେ ବିନିଯୋଗ ସବୁ ଜିନିଷ ତ
କରି ଥାଏ ଅନ୍ୟର ।
ପାଳନ ପୋଷଣ କରି ଥାଏ ଏ ଧରିତ୍ରୀ ଅଗଣିତ
ଜୀବ ମାନଙ୍କୁ
ଦୂର କରି ମାତା ଅନ୍ତରରୁ ସବୁ ଭେଦଭାବ
କୁସଂସ୍କାର ଅନ୍ଧକାରକୁ ।
ସୂର୍ଯ୍ୟପରି କାର୍ଯ୍ୟ କରି ଥାନ୍ତି ଯେତେ ପ୍ରକୃତ
ସାଧୁ ଓ ସନ୍ଥ ମାନେ
ଜାତି, ଧର୍ମ, ବର୍ଣ୍ଣ ପ୍ରଭୃତିର ଭେଦଭାବ ନଥାଏ
ସେମାନଙ୍କ ମନେ ।
ଅତିଶୟ ସ୍ୱାର୍ଥ ପାଇଁ, କିଛି ମଣିଷଙ୍କ ଖାଲି
ଜିଭରେ ଥାଏ ମଧୁରତା
ହୃଦୟରେ ହଳାହଳ ବିଷ ସବୁ କରିଦେବି
ଯେଣୁ ମୁଁ ବିଶ୍ୱବିଜେତା ।
ଏବେ ଯଦି କରିବା ଅନୁଧ୍ୟାନ ନେତା ମାନଙ୍କ
ସମସ୍ତ କାର୍ଯ୍ୟକ୍ରମକ
ୁ
ବିଭିନ୍ନତା ଆଣିବା ପାଇଁ ସଦା ଚେଷ୍ଟାରତ,
ପହଞ୍ଚିବା ଏହି ସିଦ୍ଧାନ୍ତକୁ ।
ଦେଖ ଦେଖ ଦେଖ, ନିଜକୁ କହେ ଶ୍ରୀରାମ,
ଶ୍ରୀକୃଷ୍ଣଙ୍କ ଅବତାର
ହର ହର ମହାଦେବ ବୋଲି ଚେଲା ଚାମଣ୍ଢାଙ୍କ
ଦ୍ୱାରା କରେ ପ୍ରଚାର ।
ଲୋକ ମାନଙ୍କ ମଧ୍ୟରେ ନିଜର ଅଭିସନ୍ଧିକୁ ଜନ
ମାନସରେ ପୁରେଇ
ଦେଶ ସମ୍ପତିକୁ ବିକି, ଲୋକ ମାନଙ୍କୁ ମାଗଣା
ଖିଆ ଦିଏ କରାଇ ।
ତେଣୁ କଥା ଅଛି,
ଦୁର୍ଜନଃ ପ୍ରିୟବାଦୀ ଚ ନୈତତ୍ବବିଶ୍ୟାସକାରଣମ୍
ମଧୁ ତିଷ୍ଠତି ଜିହ୍ୟାଗ୍ରେ ହୃଦୟେ ତୁ ହଳାହଳମ୍ ।
ଆମର ନୀତିଶ୍ଲୋକ ଏଠି ମୋର ମନେ ପଡୁଛି,
ଏହା ଦେଉଛି ଚେତେଇ
ହୃଦୟେ ଭରିଥିବା ହଳାହଳ ବିଷଧାରୀ ଲୋକଙ୍କୁ
ଦୂରୁ ଜୁହାର, ଭୁଲ ନାହିଁ ।