ଜିବେ ଦୟା ନୀତି
ଜିବେ ଦୟା ନୀତି
ଜୀବ ଜଗତର ସର୍ବ ଶକ୍ତିମାନ
ପ୍ରାଣୀ ଭାବେ ଆଜି ବିଦ୍ୟମାନ,
ପ୍ରକୃତିକୁ ନିଜ ଆୟତରେ ସଦା
ରଖିବାକୁ କରୁଛି ସାଧନ l
ବୁଦ୍ଧି, ବଳ ଯେତେ କୌଶଳ ଖଟାଇ
ପ୍ରକୃତିକୁ କରୁଛି ସେ ଧ୍ବଂସ,
ସବୁ ଜୀବଯନ୍ତୁଙ୍କୁ ନିର୍ବିଚାରରେ
ମାରୁଛି ଖାଇବା ପାଇଁ ମାଂସ l
ସର୍ଵଭୁକ ପ୍ରାଣୀଭାବେ ନର ଆଜି
ସବୁରି ପାଇଁ ଶୁର ସାଜିଛି ,
ନିରୀହ ଜୀବଯନ୍ତୁଙ୍କ ଉପରେ ସେ
ଅନ୍ୟାୟ ଭାବେ ଦାଉ ସାଧୁଛି l
ଏହି ଅନ୍ୟାୟରୂ ମୁକ୍ତି ଦେବା ପାଇଁ
ବହୁ ସାଧୁ ସନ୍ଥମାନେ ଆସି,
ଧର୍ମ ଶାସ୍ତ୍ର ଦ୍ୱାରା ବୁଝାଇ ଲୋକଙ୍କୁ
ଅହିଂସା ମାର୍ଗର ହୁଅ ବିଶ୍ୱାସୀ l
ଗୌତମ ବୁଦ୍ଧ ଓ ମହାବୀର ଜୈନ
ଆଦି ଧର୍ମ ସଂସ୍କାରକ ଯେତେ,
ଜିବେ ଦୟା ନୀତି ପ୍ରଚଳନ କରି
ବୁଝାନ୍ତି ଲୋକଙ୍କୁ ନାନା ମତେ l
ଶୁଣିକି ନ ଶୁଣିଲା ପରି, ନ ମାନି
ଆଜି ଭୋଗୁଛି ମାନବ ଜାତି,
କରୋନା ଭଳି ମହାମାରୀରେ ସବୁ
ସଂକ୍ରମିତ ହୋଇ ମରେ ନିତି l
ଯେତେ ଦିନ ଯାଏଁ ଜିବ ପ୍ରତି ଦୟା
ହୃଦୟେ ଜାଗ୍ରତ ନ ହୋଇଛି,
ଭଗବାନ ବି କ୍ଷମା କରିବେ ନାହିଁ
ମଣିଷ ଯଦି ନ' ସୁଧିରିଛି l
