STORYMIRROR

Amita Dash

Children

3  

Amita Dash

Children

ଝୁରୁଝୁରିଆ ବାଣ

ଝୁରୁଝୁରିଆ ବାଣ

1 min
249


ଦିପାବଳୀ ଆସିଗଲା

କାହା ମନରେ ସରସତା ନ ଥିଲା

ଏକୁଟିଆ ଏକୁଟିଆ ବାଣ ଫୁଟେଇବା ଚାଲିଥିଲା।

ନା ଘର, ନା ଅଗଣା 

କାହାର ଲିଚୁ ଲାଇଟ୍ ରେ ଚକମକ ଦିଶୁ ନ ଥିଲା।

ନା ଗଣେଶ ପୂଜା ନା ମହାଲକ୍ଷ୍ମୀ ପୂଜା

କିଛି ର ଆଡମ୍ବର ନ ଥିଲା।

ବିଧି ହେଉ ବା ପରମ୍ପରା

ତେଣୁ ପାଳନ କରା ହେଉଥିଲା।

ଜେଜେ ମାଁ ଘରୁ ଥାଇ କହୁଥିଲା

ଦାଣ୍ଡରେ ରଙ୍ଗୋଲି ଟିକେ ଆଙ୍କି

ଦୀପ ଗୋଟିଏ ଜାଳି ଦିଅ

ଅଳ୍ପ ଗଣ୍ଡାଏ ଫୁଲଝରି ଆଣିଥାଅ

ତାଳ ଫୋଟକା ଯମା ନାହିଁ।

ପିଲାଙ୍କୁ ନେଇ ନିଆଁ ଠୁ ଦୂରେଇ ରଖି

ବାଣ ଫୁଟେଇ ଆଣ।

ବହୁଜନ ସମାଗମ କରନା

ବିପଦକୁ ଡାକନା ।

ଶୁଭ ଦିପାବଳୀ ର ଶୁଭ ଦିନରେ

ସମସ୍ତଙ୍କ ମଙ୍ଗଳ ହେଉ

ବିଶ୍ବରୁ ମହାମାରୀ ଦୂରେଇ ଯାଉ

ଠାକୁରଙ୍କ ପାଖେ ଏଇ ଆଶୀର୍ବାଦ ଭିକ୍ଷା କର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children