STORYMIRROR

Arjuni charan Behera

Others Children

3  

Arjuni charan Behera

Others Children

ବିଲେଇ ନାନୀ

ବିଲେଇ ନାନୀ

1 min
164


ବିଲେଇନାନୀ ଲୋ ବିଲେଇନାନୀ l

      ଲାଞ୍ଜିଟଣା ତୋର ନୟନ ବେନି ll

ଲମ୍ବା ଲମ୍ବା ତୋର ନିଶ ଚାରୋଟି l

       ମାପି ପଶିଯାଉ ଜଳା କବାଟି ll

କଅଁଳ ପାଦ ତୋ ମୁନିଆଁ ନଖ l

     ବାଘ ନ ଦେଖିଛ ବିଲେଇ ଦେଖ ll

କିପାଇଁ ବସିଛୁ ତୁହି ଲୋ ରୁଷି l

       ଘୁଡୁ ଘୁଡୁ କିଆଁ ହେଉନୁ ଘଷି ll

ଆଖି ବୁଜି କରି ବସିଛୁ କିଆଁ l

      ମିଳି ନାହିଁ କିବା ମାଛ ଶୁଖୁଆ ll

ମିଳି ନାହିଁ କିବା ଚୁଟିଆ ମୂଷା l

     ଚୁଟି କାଟିନେଲେ ସାହି ପଡିଶା ll

ଆଆ ମୋ ପାଖକୁ ଦେବି ଆଉଁଶି l

      ବାଘର ପରା ତୁ ଅଟୁ ମାଉସୀ ll

ଆଖି ବୁଜି କରି ପିିଇଦେ କ୍ଷୀର l

     ଭଲଅଛି କି ତୋ ଘର ସଂସାର ll

ରାଆଗେନା ଆଉ ମୋ ସୁନା ପୁଷି l

    ଆଣି ଦେବି ତୋତେ ପଦ୍ମା ଇଲିଶି ll

ଇଲିଶି ଖାଇ ତୁ ପୁଲିଶି ହେବୁ l

      ଚୁଟିଆ ଚୋରଙ୍କୁ ଧରି ଖାଇବୁ ll

ଅଇଲାଣି ଦେଖ ପୁଷି ବିଲେଇ l

     ମୂଷାମାନେ ସବୁ ଯିବେ ପଳାଇ ll

ଦୁଧ ଭାତ ଦେଇ ବିଲେଇ ପୋଷ l

    ବିଲେଇ ମରିଲେ ମଞ୍ଜାରୀ ଦୋଷ ll

ଜଗିଅଛି କ୍ରୁର କାଳ ମଞ୍ଜାରୀ l

    ଶକଟା ଭଞ୍ଜାଙ୍କୁ ଭଜଲୋ ଶାରୀ ll



Rate this content
Log in