STORYMIRROR

Arjuni charan Behera

Others Children

3  

Arjuni charan Behera

Others Children

ମୋ ମାମୁଁଘର ଗାଆଁ

ମୋ ମାମୁଁଘର ଗାଆଁ

1 min
147


ନଈ ସେପାରି ସରଗପୁରୀ 

          ମୋ ମାମୁଁଘର ଗାଆଁ l

ସେଇଠି ପରା ଜନମି ଥିଲା 

         ମୋ ପୂଜନୀୟା ମାଆ ll


ସେଇଠି ଥିଲା ମୋହର ଆଈ 

           ଅବୁଝା ମୋର ଅଜା l

ଦଶଟା ହଳ ଦଶ ଲଙ୍ଗଳ 

        ସତେକି ଗୋଟେ ରାଜା ll


ଅଜା ଆଈଙ୍କ ଲାଗିଲେ କଳି

            ମାରଇ ମୁହିଁ ତାଳି l

ପାକୁଆ ପାଟି ଆଈ ହସଇ

           ଅଜା ଦିଅନ୍ତି ଗାଳି ll


ମାମୁଁଙ୍କ ବାଡ଼ି ପଟରେ ଥିଲା

          ସୁନ୍ଦର ଗୋଟେ ନଈ l

ସେଇ ନଈରେ ତାଳୁଆ ଖେଳେ

          ଆଜି ସେ କିନ୍ତୁ ନାହିଁ ll


ସେ ନଈ ତୀରେ ଜାମୁ ଡାଳରେ

           ଖାଏ ମୁଁ ଚଢ଼ି କୋଳି l

ହଇରେ ଟୋକା ବଗୁଲିଆଟା

            ଅଜା ଦିଅନ୍ତି ଗାଳି ll


ମନେ ମୋ ଅଛି ଶୀତରେ ଯେବେ

            ପ୍ରଥମାଷ୍ଟମୀ ଆସେ l

ମାଆ କରନ୍ତି ଏଣ୍ଡୁରୀ ପିଠା

          ହଳଦୀ ପତ୍ରେ ବାସେ ll


ମାମୁଁ ଆସନ୍ତି ପଢ଼ୁଆଁ କରି

            କେତେ ଦରବ ଭରି l

ଗେଲ କରନ୍ତି ଭଣଜା ମୋତେ 

           କୋଳରେ ତାଙ୍କ ଧରି ll


କାଳ କବଳେ ଅଜା ମୋ ଗଲେ

            ପଛକୁ ଗଲେ ଆଈ l

ମାମୁଁ ମାଇଁଙ୍କ ସେନେହ ବୋଳା

           କଥା ମୁଁ ଭୁଲି ନାହିଁ ll


ଯାଇଛି କାଳ ବୋହି ପ୍ରବଳ

          ନାହିଁ ସେ ନଦୀ ପଠା l

ସାଇତା ହୋଇ ସ୍ମୃତିରେ ଅଛି 

          ମୋ ମାମୁଁ ଘର କଥା ll



Rate this content
Log in