STORYMIRROR

Bhagabat Sahoo

Others Children

3  

Bhagabat Sahoo

Others Children

ଚନ୍ଦ୍ର ଅଭିଯାନ

ଚନ୍ଦ୍ର ଅଭିଯାନ

1 min
210


ଦିନଥିଲା ଦିନେ ଛୁଆଟି କାନ୍ଦିଲେ

ଦେଖାନ୍ତି ଆକାଶେ ଜହ୍ନ

ନୀଳ ଗଗନ ରେ ଜହ୍ନ ମାମୁ ଦେଖି

 ବୁଝି ଯାଏ ତାର ମନ !!

ବାପା ମାଆ ତାକୁ ସାନ୍ତ୍ୱନା ଦିଅନ୍ତି

ହାତ ଠାରି ଡାକ ଧନ

ଜହ୍ନ ମାମୁ ଆସି ତୋ ହାତେ ପଡିବ

ଖେଳିବୁରେ ରାତିଦିନ !!

ସୁନା କୁଲେଇରେ ଖେଳିବୁରେ ରଖି

ତୁହିପରା ରୁପା ଜହ୍ନ

ସିଏ ସାଙ୍ଗ ହେଲେ ଆଉ କାଂଦିବୁନି

ହୋଇ ଯିବୁ ତୁହି ତୁନ !!

ସେହି ଜହ୍ନ ପାଶେ ଆଜିର ମଣିଷ

ନେଇ ସେହି ଚନ୍ଦ୍ରଯାନ

ତା ପୃଷ୍ଟେ ପହଁଚି ଖୁସିସେ ହୋଇଛି

ଦିନେ ଯାହାଥିଲା ସ୍ୱପ୍ନ !!

ଚନ୍ଦ୍ର ଯାନ ତିନି ଆଣିଛି ସେଠାରୁ

ଅନେକ ତ ତଥ୍ୟ ମାନ

ଏ ମଣିଷ ସେଠି ରହିବା ପାଇଁକି

ସେଠି ଅଛିକି ପାଣି ପଵନ !!

ପାଖରେ ତାହାର ପହଂଚିବା ପାଇଁ

ଦେଇଛି ବାଟ ବିଜ୍ଞାନ

ଆମରି ଭାରତ ଗୌରବ ବଢ଼ିଛି

କରି ଚନ୍ଦ୍ର ଅଭିଯାନ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍