STORYMIRROR

Swagatika Sahoo

Children

3  

Swagatika Sahoo

Children

ରାକ୍ଷୀ

ରାକ୍ଷୀ

1 min
198


ରାକ୍ଷୀ

ନାଁ ଟିଏ

ଡୋରଟିଏ

ହେଲେ ନୁହେଁ ତୁ ସାମାନ୍ୟ 

ମାପିଦେଉ ଅମାପତାର ଗଭୀରତା

ତୋଳିଦେଉ ସ୍ୱପ୍ନରେ ବାସ୍ତବତା

ଆଉ ଭରିଦେଉ

ସ୍ନେହଁ ପ୍ରୀତିର ପବିତ୍ରତା...


ରାକ୍ଷୀ ତୁ ହେଇପାରୁ

ଚିକମିକ ଦିଶୁଥିବା କିଛି ପ୍ଲାଷ୍ଟିକ ଆଉ କାଗଜର ଆପେକ୍ଷିକ ନୀରବତା,

କିନ୍ତୁ ସୃଷ୍ଟିକରୁ

ସମ୍ପର୍କରେ ଗଭୀରତା

ମନରେ ଉଦାରତା

ବାଣ୍ଟିଚାଲୁ ପ୍ରୀତିର ସଫଳତା...


ରାକ୍ଷୀ

ତୋ ଲାଗି 

ସୃଷ୍ଟିହୁଏ ଝଗଡ଼ଝାଟି

ଭାଇ ଭଉଣୀ ଭିତରେ

ଜହ୍ନ ଆଉ ଧରିତ୍ରୀ ମଧ୍ୟରେ

ଆନନ୍ଦ ଆଉ ବିଷାଦ ମଧ୍ୟରେ

ପାଉଣା ପାଇଁ

ଅଡ଼ି ବସେ ଧରିବାକୁ ଭାଇର ଛାଇ...


ରାକ୍ଷୀ

ତୁ ପୁଣ୍ୟବତୀ

କି ପୁଣ୍ୟ କରୁଛୁ କେଜାଣି

ତୁ ହେଲେ ଅଭିମାନୀ 

ଗରିବ ଠାରୁ ଧନୀ

ସଭିଏଁ ଦଉଡ଼ନ୍ତି ତୋ ନିକଟକୁ

ହେବାକୁ ତୋର ସଙ୍ଗିନୀ...


ରାକ୍ଷୀ

ତୁ ଏବେ ଅମୁଲ୍ୟ ମଣି 

କବଚ ଠୁ ଵି ଅଧିକା ଗୁଣୀ

ସତେକି ରାଣୀ 

ନେଉଛନ୍ତି କିଣି

ସବୁ ଭଉଣୀ

କରିବାକୁ ସବୁ ଭାଇଙ୍କୁ ଋଣୀ...


ରାକ୍ଷୀ

ମହାନର ନିରବତାଟିଏ

ଆପେକ୍ଷିତ ମନର ଉତ୍କଣ୍ଠାଟିଏ

ଆଶାବାଡିଟିଏ...

ସତରେ 

ତୁ ଏମିତି ସମ୍ପର୍କ ଟିଏ

ଅତୁଟ ବିଶ୍ୱାସ ପାଏ

ନିରୀହ ଭଉଣୀଟିଏ

ଭାବର ବନ୍ଧନେ

ସିନ୍ଦୁର ଚନ୍ଦନେ

ଥିଲେ ଵି ଦୂରଦେଶେ

ଅନ୍ତରରେ ହରଷେ 

ଭାଇର ଶୁଭ ମନାସେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Swagatika Sahoo

Similar oriya poem from Children