ଚନ୍ଦ୍ରଯାନ
ଚନ୍ଦ୍ରଯାନ
ତିନି ତିନି ଥର ଚନ୍ଦ୍ରଯାନଟି,
ଜହ୍ନକୁ ପ୍ରେରିଣ ଭାରତ ମାଟି ।
ଇସ୍ରୋ ଆଣୁଅଛି ଗର୍ବ ଗୌରବ,
ପ୍ରଥମ ଧାଡ଼ିରେ ଆମ ବୈଭବ ।
ଇତିହାସ ରଚି ଜଗତେ ଆମେ,
ବିଶ୍ବରେ ରହିଲୁ ଚତୁର୍ଥ ସ୍ଥାନେ ।
ଚନ୍ଦ୍ରଯାନ ଏକ ପ୍ରେରଣ କଲୁ,
ଚନ୍ଦ୍ରରେ ଜଳର ସନ୍ଧାନ ଦେଲୁ ।
କଠିନ ଭାବରେ ଅବତରଣ,
କମ ସଫଳତା ତାର କାରଣ ।
ଫଟୋ ପଠାଇଲା ସେହି ଯାନଟି,
ଜଗତ ଜାଣିଲା ଜଳର ସ୍ଥିତି ।
ଚନ୍ଦ୍ରଯାନ ଦୁଇ ଇସ୍ରୋ ପଠାଇ
ଅବତରଣରେ ନ ହେଲା ନାହିଁ ।
ଯନ୍ତ୍ରାଂଶରେ ଥିଲା ସାମାନ୍ୟ ତ୍ରୁଟି,
ଚନ୍ଦ୍ରପୃଷ୍ଠରେ ସେ ହୋଇଲା ପିଟି ।
ସେହି ସ୍ଥାନଟିକୁ ତ୍ରିରଙ୍ଗା କ୍ଷେତ୍ର,
ଦେଶ ନାମ ଦେଲା ଜଣା ସର୍ବତ୍ର ।
ଚନ୍ଦ୍ରଯାନ ତିନି ଜୁଲାଇ ମାସେ,
ପଠାଇଲା ଇସ୍ରୋ ବଡ଼ ସାହସେ ।
କୋମଳ ଭାବରେ ଅବତରଣ,
ସଫଳ ହେଲୁ ଯେ ଦୁନିଆଁ ଜାଣ ।
ବିଶ୍ବରେ ପାଇଲୁ ପ୍ରଥମ ସ୍ଥାନ,
ଦକ୍ଷିଣ ପୃଷ୍ଠରେ ଅବତରଣ ।
ସଫଳ ଭାବରେ ବିକ୍ରମ ଆମ,
ପ୍ରଜ୍ଞାନ ସାଥିରେ କରୁଛି କାମ ।
ଓହ୍ଲାଇବା ସ୍ଥାନକୁ ଶିବ ଶକ୍ତି,
ନାମ ଦେଲା ଦେଶ ପ୍ରେମ ଓ ଭକ୍ତି ।
ସୂର୍ଯ୍ୟ, ଶୁକ୍ର ପାଇଁ ଯାନ ପ୍ରସ୍ତୁତି,
କରୁଅଛି ଇସ୍ରୋ କରିବ ଗତି ।
