ଭାଇ ହାତେ ରାକ୍ଷୀ ମମତା ଡୋରି
ଭାଇ ହାତେ ରାକ୍ଷୀ ମମତା ଡୋରି
ଭଉଣୀ ଲୋ ଗେହ୍ଲି ଭଉଣୀ
ସେନେହ ଡୋରି କୁ ବାନ୍ଧିଦେ ଆଣି
ଖୁଆଇବୁ ସବୁ ମନ ମୋ ଜାଣି
ରକ୍ଷା କବଚ କୁ ବାନ୍ଧିଦେ ଆଣି ।
ପିଲା ବେଳ ର ସାଥି ତୁହି ହୋଇଲୁ
ସାଥି ହୋଇ ମୋ ସହ ତୁହି ଖେଳିଲୁ
ରାଗି ରୁଷି ଗଲେ ବୁଝେଇ ତୁ ଦେଲୁ
ପଥେ ପଥେ ରହି ସାହା ମୋର ହେଲୁ ।
ପିଲା ବେଳ ଆମ ସରି ଗଲାଣି
ସମ୍ପର୍କ ର ଡୋରି କେବେ ଛିଡିନି
ଭଉଣୀ ଲୋ ଗେହ୍ଲି ଭଉଣୀ
ସେନେହ ଡୋରି କୁ ବାନ୍ଧିଦେ ଆଣି ।
ମାନ ଅଭିମାନ ଭାରି କରିଲୁ
ଛୋଟ କଥାରେ ତ କଳି ଲାଗିଲୁ
ମୋ ଖୁସି ପାଇଁ ଦିଅଁଙ୍କୁ ଡାକିଲୁ
ତୋ ହସ କାନ୍ଦ ରେ ନୀତି ରଖିଲୁ ।
ମମତା ଅମୃତକୁ ଢାଳି ଦେଲୁଣୀ
ତୋ ବିନା ଏକା ଭଲ ଲାଗେନି ।
