STORYMIRROR

Sunanda Mohanty

Tragedy Action Children

3  

Sunanda Mohanty

Tragedy Action Children

ଝୁରେ ତତେ

ଝୁରେ ତତେ

1 min
217

ସବୁକିଛି ନୀରବି ଯାଇଛି

ଗଛରୁ ପତ୍ର

ଝରଣାର ପାଣି

କୋଇଲିର କୁହୁ

ଗୁଣ୍ଡୁଚି ବି ଖୋଜୁନି ତା ଖାଦ୍ୟ

କାରଣ ମୁଁ ତତେ ଛାଡି ଆସିଛି

ଗାଈଟା ଚରୁନି ବି ଘାସ

କୁକୁର ଟା ଭୁକୁନି ଭୋ

ବିଲେଇ ଟା ମ୍ୟାଉଁ ବି କହୁନି

କାରଣ ମୋ ଆଖିରେ ଲୁହ 

ମୋର ପଞ୍ଚ ଇନ୍ଦ୍ରିୟ କାମ କରୁନି

କାରଣ ତତେ ମୁଁ ଛାଡି ଆସିଛି

ଉଡାଜାହାଜ ଉଡୁନି ଭୁଁ 

ପାରା କହୁନି ଗୁଟୁରୁ ଗୁଁ

ଝିଟିପିଟି ଲାଞ୍ଜ ହଲେଇଲେ 

ତୁ ବି କହୁନୁ ହୁଁ

ତୋ ପାଖରୁ ମାଇଲ ମାଇଲ ଦୂରରେ ମୁଁ

ମୁଁ ପୁଣି ଗଳ୍ପ ଗୀତରେ ମଜ୍ଜି ହଜି ଗଲେ

ତୁ ବି ତୁନି ପଡିଛୁ କହୁନୁ ଅଛି ମୁଁ

ଦେଖା ମତେ ଆଉଗୋଟେ ଡୁଗୁ

ଧରାଛୁଆଁ ଦେବାକୁ ବହୁଦୂରେ

ତୁ ଆଉ ମୁଁ

ମୁଁ ତତେ ଝୁରୁଛି ଧନ

କି ମାୟା କି ମୋହ

କୁଆଡୁ ଜାଣିବୁ ତୁ

ଅଜ୍ଞାନ ବାଳୁତ ଶୀଘ୍ର ଶୀଘ୍ର ବଡ ହେଇ

ଭଲମଣିଷ ହୁଅ ଭଗବାଙ୍କୁ

ଡାକେ ଏଠି ସେଠି ସବୁଠି ମୁଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy