STORYMIRROR

Niranjan Sahu

Inspirational Others

2  

Niranjan Sahu

Inspirational Others

ଝୁଲା ସରକାର ଓ ଭୋଟର

ଝୁଲା ସରକାର ଓ ଭୋଟର

1 min
12.9K


ବାର ଦଳର ତେର ନେତା ମିଶି   

        ସରକାର ଯଦି ଗଢିବେ

ନିଜ ନିଜର ସ୍ଵାର୍ଥ ପାଇଁ ଖାଲି

       ପରସ୍ପର ମଧ୍ୟେ ଲଢିବେ

ଦେଶର ସ୍ଵାର୍ଥକୁ ପଛରେ ପକେଇ

        ବୁଝାମଣା ହୋଇ ମରିବେ

କିଏ ଶୁଣିବେନି କିଏ ବୁଝିବେନି

         ସରକାର ପୁଣି ଭାଙ୍ଗିବେ

ଆମରି ଦେଶରେ ଝୁଲା ସରକାର

         ଆଗରୁ ବି କେତେ ହେଇଛି

ଦେଶର ତ କିଛି ଉନ୍ନତି ହୋଇନି

         ଅବେଳରେ ଭାଙ୍ଗି ଯାଇଛି

ସ୍ଥିର ସରକାର ଯଦି ନମିଳେ

         ଦେଶ ପାଇଁ ମହାବିପଦ

ଭୋଟର ବାପୁଡା ହନ୍ତସନ୍ତ ହେବେ

         ଦେଶର ହୋଇବ ଖର୍ଚ୍ଚାନ୍ତ

ରାଜନୀତି ଖେଳ ବୁଝିହୁଏ ନାହିଁ

       କାହିଁ କେଉଁ କାଳରୁ ରହିଛି

ଭୋଟର ବାପୁଡା କିଛି ବୁଝୁନାହିଁ

        ଭୋଟ ଦେଇ ବୋକା ହେଇଛି

ଭୋଟ ସମୟ ଯେବେ ଆସିଯାଏ

          ମନେ ମନେ ଗୂଡ଼ ଖାଉଛି

ମୂଲ୍ୟବାନ ଭୋଟ କିଛି ଟଙ୍କା ପାଇଁ

         ବିକିଦେଇ ଦେଇ କୀଳା ଡାକିଛି…….


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational