ଝରୁଛି ମୋ ଆଖିରୁ ଲୁହ
ଝରୁଛି ମୋ ଆଖିରୁ ଲୁହ
ଓଢଣୀରେ ତୁ ଲୁଚି କାନ୍ଦୁଥିଲୁ
ମତେ କରି ଦେଇ ପର ।
ଏଇ ଫେବୃଆରୀ ତୁ ଚାଲି ଗଲୁ
ବଧୂବେଶେ ଶାଶୁଘର ।।
ସିନ୍ଦୂର ଲଗେଇ ଚାଲି ଗଲୁ ସିନା
ତତେ ପାରିବିନି ଭୁଲି ।
ବଞ୍ଚି ପାରୁ ନାହିଁ ତୋ ବିନା (ଆଭା)
କାହିଁକି ଗଲୁ ତୁ ଚାଲି ।।
ବେଦି ମଣ୍ଡପରେ ତୁ ବସି ଥିଲୁ
ସାଜି ଗୋଟେ ନୂଆଁ ବଧୂ, ।
ମତେ ଦେଖି ତୁ ଝରାଇଲୁ ଲୁହ
ଢାଳିଦେଇ ପ୍ରୀତି ମଧୁ ।।
ନୂଆଁ ବର ପାଇ ଖୁସିରେ ରହିବୁ
ମା ସମଲେଇ ସାହା ହେଉ ।
ଆର ବର୍ଷରେ ପୁଅ ଟିଏ ହେଉ
(ଆଭା)ତୋ ପରି ଦିଶୁଥାଉଁ ।।
ମନେ ପଡ଼ିଗଲେ ଅତୀତର କଥା
କରିବୁନି କେବେ ଦୁଃଖ ।
ବିଦାୟ ବେଲାରେ ପ୍ରାର୍ଥନା କରୁଛି
ମିଲୁ ସବୁବେଳେ ସୁଖ ।।
ବିଦାୟ ନେଉଛି ଏଇ ଜୀବନରୁ
ତୋ ସ୍ମୃତି କୁ ସାଇତି କରି ।
ଭଲ ପାଇ ମୁହିଁ ଭୁଲ କରି ଥିଲି
ପ୍ରେମରେ ଗଳି ମୁଁ ହାରି ।।
ଦେଖୁ ଥିଲୁ ଦିନେ ଲୁଚିଲୁଚି ମତେ
ସେ ଅତୀତକୁ ଭୁଲି ଗଲୁ ।
ସବୁଦିନ ପାଇଁ ପର କରିଦେଇ
(ଆଭା)ଶାଶୂଘର ଚାଲି ଗଲୁ ।।
ନିତି ଦିନ ମୁହିଁ ତୋ ବିନା ସାଥୀ
ଝରୁଛି ମୋ ଆଖିରୁ ଲୁହ ।
ଅଭିନୟ କରି ଜହର ଦେଲୁ
ଆଭା,କେମିତି ବଞ୍ଚିବି କହ ।।

