STORYMIRROR

linki barik

Inspirational Others

3  

linki barik

Inspirational Others

"ଝରକାର ଆରପାଖେ"

"ଝରକାର ଆରପାଖେ"

1 min
213

ମନ ବନର ଗହନ କଥା

ଧସେଇ ପଶେ ଯେବେ ହୃଦୟର ଏ ଗୋଲାପି ସହରେ,

ଆଜି ବି କ୍ଷଣେ ପ୍ରତିକ୍ଷଣେ ଚାହିଁରହେ ମୁଁ

ଝରକାର ଆରପାଖେ।


ଗଢି ଉଠିଥିଲା ଦିନେ ସମ୍ପର୍କର ସେତୁବନ୍ଧ

ବିଗତ ଦିନର କିଛି ମିଠା ସ୍ମୃତିରେ,

ସେ ବନ୍ଧ ଭାଙ୍ଗି ପାଲଟିଛି ଆଜି

ମନଦେଶ ଏକ ବିରାଟ ସ୍ମୃତିସୌଧ।


ପ୍ରାପ୍ତି ଅପ୍ରାପ୍ତି ନିକିତିରେ

ଶୁଷ୍କ ପତ୍ର ଏ ମନୁଷ୍ୟ,

ବେଳେବେଳେ ନିଜକୁ ନିଜେ କରିବାକୁ ଇଛା ହୁଏ

ମନଭରି ଅଟ୍ଟହାସ୍ୟ।


ଝରକା ସେପାଖୁ ଚାଲି ଆସୁଛି

କିଛି ଚିହ୍ନା ଚିହ୍ନା ମଳୟ,

ଅତି ନିକଟ ଲାଗେ ସେ ପାଖରୁ ଦୂର ଦିଗବଳୟ।


ଚିନ୍ତା, ଦୁଶ୍ଚିନ୍ତା ଚାଲିଯାଏ କ୍ଷଣକେ

ଦୁଷ୍ଟ ଇନ୍ଦୁଙ୍କୁ ଚାହିଁ ଦେଲେ,

ଝରକା ସେପାଖୁ ଖିଲିଖିଲି ହସ ତାର

ଭାରି ଆନମନା କରି ଚାଲେ।


ମନ ବନର ଗହନ କଥା ସବୁ 

ଧସେଇ ପଶେ ଯେବେ ହୃଦୟର ଏ ଗୋଲାପି ସହରେ,

ଆଜି ବି କ୍ଷଣେ ପ୍ରତିକ୍ଷଣେ ଚାହିଁରହେ ମୁଁ 

ଝରକାର ଆରପାଖେ।


Rate this content
Log in

Similar oriya poem from Inspirational