ଝରକା ସେପଟେ
ଝରକା ସେପଟେ
ସଞ୍ଜ ନଇଯିବା ଆଗରୁ
କାହାକୁ ଅପେକ୍ଷା କରିଥାଏ ଏ ହୃଦୟ
କେଜାଣି ତା'ଅନୁପସ୍ଥିତ
ସୃଷ୍ଟି କରେ କିଛି ଅଜବ ଅଜବ
ସାମ୍ନା ସାମ୍ନି ପରିଚିତ ନୁହେଁ
ତଥାପି, ବ୍ୟାକୁଳ ମନ ପ୍ରାଣ
ତା'ସହ କିଛି ମୁହୂର୍ତ୍ତ ଅତିବାହିତ କରିବାକୁ
ଚାହିଁ ରହିଥାଏ
କାହାକୁ କେ ଜାଣି
ଝରକାର ସେପଟେ
ହୃଦୟକୁ ଆଉ ଗୋଟେ ହୃଦୟ ସହ ଯୋଡ଼ିବାକୁ
ଅଜଣା ଅତିଥି
ଅଜଣା ତା ପରିଚୟ
ଅପେକ୍ଷା ରେ ପରନ୍ତୁ ବିତେ
ଏ ଜୀବନ....!
ଅପେକ୍ଷାରେ
ଆକୁଳତାର ଲେସଦେଇ ହୃଦୟରେ
ଚାହିଁ ଥାଏ କାହାକୁ ଏ ହୃଦୟ
