STORYMIRROR

Gunanidhi Samal

Abstract Fantasy

4  

Gunanidhi Samal

Abstract Fantasy

ଝରା ଶେଫାଳି

ଝରା ଶେଫାଳି

1 min
547

ଝରା ଶେଫାଳିଗୋ, ଝଡ଼ିଯିବ ଯଦି

ଆସିଥିଲ କୁହ କିଆଁ

ଝଡ଼ିବାର ଥିଲେ ଫୁଟି ତ' ନଥାନ୍ତ

ଦେଖି ନଥାନ୍ତା ଦୁନିଆଁ,

କେଉଁ ଲମ୍ପଟର କାମ ବାସନାରେ

ସତେ କି' ପଡିଲ ବଳି

କଳଙ୍କ କାଳିମା ରଟିଯିବ ବୋଲି

ଜୀବନକୁ ଦେଲ ଜାଳି,

ବାଜିଲାଣି ଏବେ ନିନ୍ଦା ଅପବାଦ

ସମସ୍ତେ କରନ୍ତି ଛିଆ....

ଝରା ଶେଫାଳି ଗୋ...........।

ଲାଗିଥାନ୍ତ ଭଲା ଠାକୁର ସେବାରେ

ରହିଥିଲେ ଆଉ କ୍ଷଣେ

କିଏ ଅବା ଅଛି ଦୁନିଆଁରେ ସତୀ

ପଣକେ ନଥିବେ ଜଣେ,

ଚୁମିଥିବ ଯଦି କାମୁକ ମଧୂପ

ସେଥିପାଇଁ କିବା ରୋଷ

ନାରୀ ପୁରୁଷର ମିଳନ ହୋଇଲେ

କାହିଁକି ଲାଗିବ ଦୋଷ,

କିଏବା ନଜାଣେ ଯୌବନ ନଈରେ

ଲାଗିଯିବ ଦିନେ ନିଆଁ.....

ଝରା ଶେଫାଳି ଗୋ..............।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract