STORYMIRROR

SARATA KUMAR DAS

Romance

2  

SARATA KUMAR DAS

Romance

ଜହ୍ନରେ ତୋତେ ପୁନେଇଁ ରାଣ

ଜହ୍ନରେ ତୋତେ ପୁନେଇଁ ରାଣ

1 min
13.5K



ଜହ୍ନରେ ତୋତେ ପୁନେଇଁ ରାଣ

ଯାଆ ନା ଲୁଚି ବାଦଲ ଫାଙ୍କେ

ଦେଖି ଯା ଥରେ ମୋ ପ୍ରିୟା ମୁହଁ

ଓଢଣୀ ତଳେ ସରମୀ ଲତା

ମରମେ ଉଠେ କୋହ ।।


ରୂପ ପଶରା ପାହାନ୍ତି ତାରା

ମଉନ ବତୀ ଦିଶଇ ତୋରା

ମୃଗ ନୟନା ସେ ଅନୁପମା

ବାଙ୍କ ଚାହାଣୀ ମୋ ମନ ହୀରା

ମଧୁ ଭାଷିନୀ ବାମା ।।


ଚାରୁ ହାସିନୀ ଚନ୍ଦ୍ର ବଦନୀ

କଥା କଥାରେ ମନ ମୋ ଜିଣେ

ଫଗୁଣ ଝରେ ତା' ଓଠ ଧାରେ

ମଧୁ ମଳୟ ତା' ତନୁ ଛୁଏଁ

ସପନ ନଦୀ ତୀରେ ।।


କଦମ୍ବ ପତ୍ରେ ଶିଶିର ବିନ୍ଦୁ

ତା ମଧ୍ୟେ ଖେଳେ ତା ରୂପ ବିନ୍ଦୁ

ଢଳ ଢଳ ତା ରୂପ ମାଧୁରୀ

ରବିର ତେଜେ ଝଟକୁ ଥାଏ

ଝରଇ ସୁଖ ଶୀରି ।।


ପ୍ରେମ ଦାୟିନୀ ସେ ଆହ୍ଲାଦିନୀ

କୁଂଚ କବରୀ ତନୁ ପତଳି

ଭିଜେ ସେ ନିତି ପ୍ରୀତିର ଜଳେ

ପାପ ରାଇଜେ ସେ ପୂଣ୍ୟତୋୟା

(ମୋ) ହୃଦୟେ ନୀଡ ତୋଳେ ।।

#####

ଶରତ କୁମାର ଦାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance